ଭବାନୀ ଶଙ୍କର ନିଆଲ ପାଇଲେ ଇଣ୍ଟରନ୍ଯାସନାଲ୍ ଏମ୍ବାସେଡର୍ ଅଫ୍ ପିସ୍ ପୁରସ୍କାର

କୋଶଲ ନ୍ୟୁଜ୍ ବ୍ୟୁରୋ : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ର କବି ଭବାନୀ ଶଙ୍କର ନିଆଲ୍ ଙ୍କୁ ଇଣ୍ଟର ନ୍ଯାସନାଲ୍ ଏମ୍ବାସେଡର୍ ଅଫ୍ ପିସ୍ ସମ୍ମାନ ମିଳିଛି I ତେବେ ଓଡିଶାର ପ୍ରଥମ କବି ଭାବରେ ଭବାନୀ ଶଙ୍କର ଙ୍କୁ ମିଳିଛି ଏହି ସମ୍ମାନ I ମିଳିତ ଜାତୀ ସଂଘ ସ୍ବିକୃତି ପ୍ରାପ୍ତ ୱାର୍ଲଡ୍ ଲିଟ୍ରେଚର୍ ଫୋରମ୍ ଫର ପିସ୍ ଏଣ୍ଡ୍ ହ୍ଯୁମାନ ରାଇଟ୍ ପ୍ରଦତ୍ତ ଆନ୍ତର୍ଜାତୀୟ ଖ୍ଯାତି ସମ୍ପନ୍ନ ପାଇବା ପରେ କବିଙ୍କୁ ବିଭିନ୍ନ ମହଳରୁ ପ୍ରସଂଶାର ସୁଅ ଛୁଟୁଛି I 

ବିଶ୍ବରେ ସାମାଜିକ,ଆର୍ଥିକ,ରାଜ ନୈତିକ,ନୈତିକତା ,ସହିଷ୍ଣୁତା,ଶିକ୍ଷା ତଥା ଶାନ୍ତି ଓ ସଂସ୍କୃତି ସ୍ଥାପନ ପାଇଁ ଚଳିତ ବର୍ଷ ଶ୍ରୀ ନିଆଲଙ୍କୁ ଏହି ପୁରସ୍କାର ଦିଆଯାଇଛି I ଦୀର୍ଘ ୩୦ ବର୍ଷ ହେଲା ସାହିତ୍ଯ ସାଧନା କରି ଆସୁଛନ୍ତି କବି ଭବାନୀ ଶଙ୍କର ନିଆଲ୍ I ସାହିତ୍ୟ ପତ୍ରିକା ‘ମହୁରି’ର ମୁଖ୍ୟ ସମ୍ପାଦକ ତଥା କ୍ରମାଗତ ଭାବେ ହିନ୍ଦୀ ଓ ଓଡ଼ିଆ କବିତାରେ ନିଜର ଏକ ସୁଦୃଢ଼ ସ୍ଥିତି ଜାହିର କରିଥିବା ଶ୍ରୀ ନିଆଲଙ୍କ କବିତା ନିକଟ ଅତୀତରେ ଇଟାଲୀ ଭାଷାରେ ଅନୁଦିତ ସମଗ୍ର ୟୁରୋପରେ ଏକ ଆଲୋଡନ ସୃଷ୍ଟି କରିଥିଲା ।
Comments (0)
Add Comment