ରାସ୍ତାରେ ଧାନ ବସ୍ତା ରଖି ଚାଷୀ ଙ୍କ ଧାରଣା

କୋଶଲ ନ୍ୟୁଜ୍ ବ୍ୟୁରୋ : କଳାହାଣ୍ଡି ଜିଲ୍ଲା କଲମପୁର୍ ପଣ୍ଡି ଗାଁ ମଣ୍ଡିରେ ଅଚଳ ଅବସ୍ଥା ର ପ୍ରତିବାଦ I ମଣ୍ଡିରେ ଧାନ ନଉଠିବା କାରଣ ରୁ ରାଜ ରାସ୍ତାରେ ଧାନ ରଖି ବିକ୍ଷୋବ ପ୍ରଦର୍ଶନ କରୁଛନ୍ତି ଚାଷୀ I ତେବେ ଗତ ୧ ତାରିଖ ରୁ ମିଲର୍ସ ଧାନ ଉଠାଣ ବନ୍ଦ ରଖିଥିବା ବେଳେ ୪୪ ହଜାର କ୍ଯୁଣ୍ଟାଲ୍ ଧାନ କ୍ରୟପାଇଁ ସରକାର ଙ୍କ ପକ୍ଷରୁ ନିର୍ଦ୍ଧେଶ ରହିଛି I କିନ୍ତୁ ବର୍ତ୍ତମାନ ପର୍ଯ୍ଯନ୍ତ ୨୨ ହଜାର କ୍ଯୁଣ୍ଟାଲ୍ ମାତ୍ର ଉଠାଣ ହୋଇଛି I ତେବେ ମଣ୍ଡିରେ ୨୨ ହଜାର କ୍ଯୁଣ୍ଟାଲ୍ ଧାନ ପଡି ରହିଥିବା ସ୍ଥାନୀୟ ତହସିଲଦାର ଓ ବି.ଡି.ଓ ଙ୍କୁ ଅଭିଯୋଗ କରିଥିଲେ ମଧ୍ଯ ସମସ୍ଯା ର କୌଣଷି ସମାଧାନ ନ ହେବା କାରଣ ରୁ ଆଜି ସକାଳୁ କଲମପୁର-ମୁଖିଗୁଡା ରାସ୍ତାରେ ଧାନ ବୋଝେଇ ଟ୍ରାକ୍ଟର ରଖି ରାସ୍ତା ଅବରୋଧ କରିଥିବା ଫଳରେ ଯାନ ବାହାନ ଯାତାୟତରେ ବାଧାପ୍ରାପ୍ତ ହେବା ସହ ସାଧାରଣ ଲୋକେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି I ଏନେଇ ଘଟଣା ସ୍ଥଳରେ ସ୍ଥାନୀୟ ତହସିଲଦାର ପହଞ୍ଚି ଆଲୋଚନା ଜାରି ରଖିଛନ୍ତି I
Comments (0)
Add Comment