ସୋସିଆଲ ଆକ୍ଟିଭିଷ୍ଟ ଅଫ କଳାହାଣ୍ଡି ସଂଗଠନ କୁ “ସେବାରତ୍ନ ସମ୍ମାନ “ରେ ସମ୍ମାନିତ

କୋଶଲ ନ୍ୟୁଜ୍ ବ୍ୟୁରୋ :କଳାହାଣ୍ଡି : ଓଡ଼ିଶାର ସୁନାମଧନ୍ୟ ସାମାଜିକ ଅନୁଷ୍ଠାନ , ଏଶ୍ବରୀୟା ଡେଭଲପମେଣ୍ଟ ଅର୍ଗାନାଇଜେସନ ତାଙ୍କର ପ୍ରଥମ ବାର୍ଷିକ ଉତ୍ସବ ତଥା ୭୨ ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ କଳାହାଣ୍ଡି ର ସୁପରିଚିତ ସ୍ବେଛାସେବୀ ସଂଗଠନ ସୋସିଆଲ ଆକ୍ଟିଭିଷ୍ଟ ଅଫ କଳାହାଣ୍ଡି କୁ “ସେବାରତ୍ନ ସମ୍ମାନ “ରେ ସମ୍ମାନିତ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସମାଜସେବୀ ମହାସଂଘ ର ମୁଖ୍ୟ ଶ୍ରୀ ନରୋତ୍ତମ ଦାଶ, ସମ୍ମାନିତ ଅତିଥି ମୁଖ୍ୟ ବକ୍ତା ଭାବେ କେନ୍ଦୁଝର ଜିଲ୍ଲାର ର ଗୌରବ ପଦ୍ମଶ୍ରୀ ଦୈତାରି ନାଏକ ଏବଂ ମୁଖ୍ୟ ବକ୍ତା ଭାବେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ବ୍ରଜ କିଶୋର ସାହୁ ଓ ଅନ୍ୟ ତମ ଅତିଥି ଭାବେ ଡ଼. ଆଲୋକ ରଣା ଏବଂ ସଂଗଠନ ର ପ୍ରତିଷ୍ଠାତା ଏଶ୍ବରୀୟା ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
 ଉକ୍ତ କାର୍ଯ୍ୟକ୍ରମ ରେ ସୋସିଆଲ ଆକ୍ଟିଭିଷ୍ଟ ଅଫ କଳାହାଣ୍ଡି ର ନର୍ଲା ବ୍ଲକ ସଭାପତି ନରେଶ ନାଏକ, ଓ ମିଳନ କୁମାର ଭୋଇ, ଲଷ୍ମୀକାନ୍ତ ନାଏକ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧନା ଉତ୍ସବ ରେ ଉପସ୍ଥିତ ଥିଲେ ।
Comments (0)
Add Comment