୨ ଲକ୍ଷ ୬୫ ହଜାର ଟଙ୍କା ଠକିନେଲା ସାଇବର୍ ଠକ

କୋଶଲ ନ୍ୟୁଜ୍ ବ୍ୟୁରୋ : କଳାହାଣ୍ଡିରେ ଦିନ କୁ ଦିନ ସାଇବର ଠକାମୀର ଶିକାର ବୃଦ୍ଧି ପାଇବାରେ ଲାଗିଛି I ଟାର୍ଗେଟ୍ କରି ୱିକେଟ୍ ଗଡାଉଛନ୍ତି ସାଇବର୍ ଠକ I ଆଗରୁ ଲାଞ୍ଜିଗଡ ବ୍ଲକ୍ ରେ ଟାୱାର ନାଁରେ ଠକେଇ ହୋଇଥିବା ବେଳେ କେସିଙ୍ଗା ବ୍ଲକ୍ ର ଜଣେ ଯୁବକ ବାଇକ୍ କିଣିବା ଲାଳସାରେ ପଡି ଫେସବୁକ୍ ଦେଖି ଠକାମୀର ସିକାର ହୋଇଥିଲେ I ଏପରି କି ଜିଓ କଷ୍ଟେମ୍ବର୍ କେୟାର୍ ନାଁରେ ଠକି ନେଇଛନ୍ତି ଲକ୍ଷ ଲକ୍ଷ ଟଙ୍କା I ଅଫର୍ ଦେବାକୁ କହି ବ୍ଯକ୍ତିଗତ ବିବରଣୀ ଏବଂ ଠିକଣା ମାଗି ଠକି ଚାଲିଛନ୍ତି ଠକ I

 କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ରେ ୨ ଲକ୍ଷ ୬୫ ହଜାର ଟଙ୍କାର ଠକାମୀର ଶିକାର ହୋଇଛନ୍ତି ସର୍ମା କଲୋନି ର ଅବସରପ୍ରାପ୍ତ ବରିଷ୍ଠ ନାଗରିକ ଗଙ୍ଗାଧର ସୁବୁଦ୍ଧି I ଗଙ୍ଗାଧର ଙ୍କ ପାଖକୁ ସନିବାର ଦିନ ୧୨ ଟା ସମୟରେ ଜିଓ ଫୋନ କଷ୍ଟେମ୍ବର୍ କେୟାର କହି ଫୋନ୍ କରିଥିଲା ଠକ I ଅସୁବିଧା ଅଛିକି ପଚାରୀ ବୁଝିବା ପରେ ଅସୁବିଧାର ସମାଧାନ କରିଦେବା ପାଇଁ ଗଙ୍ଗାଧର ଙ୍କୁ ମାଗିଥିଲା ବ୍ଯକ୍ତିଗତ ତଥ୍ଯ I ଏହା ପରେ ନୂଆଁ ବର୍ଷ ପାଇଁ ମାଗଣା ଅଫର ଅଛି ଯାହାକି ମୋବାଇଲ୍ ଗିଫ୍ଟ ସହ ନଗଦ ୨୦ ହଜାର ଟଙ୍କା କ୍ଯାସ ଅଫର ରହିଛି ବୋଲି କହିଥିଲା ଠକ I ତେବେ ଏନେଇ ନିର୍ଦ୍ଧେଶ କୁ ଅନୁସରଣ ମଧ୍ଯ କରିଥିଲେ ଗଙ୍ଗାଧର I ବିନା ଓ.ଟି.ପି ଏବଂ ପାସୱାର୍ଡ୍ ରେ ଗୁଗୁଲ୍ ପେ ଜରିଆରେ ଆକାଉଣ୍ଟ ରୁ ୨୦ ହଜାର ଲେଖାଁଏ ୫ ଥର ରେ ୧ଲକ୍ଷ ଟଙ୍କା ଏବଂ ବ୍ଯାଙ୍କ ଆକାଉଣ୍ଟ୍ ରୁ ୪୫ ହଜାର ଟଙ୍କା ନେଇ ଯାଇଥିଲା ଠକ I କେବଳ ଏତିକି ନୁହେଁ ଗଙ୍ଗଧର ଓ ତାଙ୍କ ସ୍ତ୍ରୀ ଙ୍କ ଆକାଣ୍ଟ୍ ରୁ ମଧ୍ଯ ୧ ଲକ୍ଷ ୨୦ ହଜାର ଟଙ୍କା ଠକି ନେଇଥିଲା ଠକ I ମୋଟ ୨ ଲକ୍ଷ ୬୫ ହଜାର ଟଙ୍କା ଠକେଇ ହେବା ପରେ ଏନେଇ କଳାହାଣ୍ଡି ଏସ୍.ପି ଙ୍କ ସାଇବର୍ ସେଲ୍ କୁ ଜଣାଇବା ସହ ଭବାନୀପାଟଣା ଟାଉନ୍ ଥାନାରେ ଏତଲା ଦେଇଛନ୍ତି ଗଙ୍ଗାଧର ସୁବୁଦ୍ଧି I
Comments (0)
Add Comment