୭୨ତମ ବନମହୋତ୍ସବ ସପ୍ତାହ,ଦିବସପାଳନ ୨୦୨୧,ଗୋଳାମୁଣ୍ଡାସେକ୍ସନ

କଳାହାଣ୍ଡି (କୋଶଲ ନ୍ୟୁଜ୍) ଆଜି ଏକ ପବିତ୍ର ଦିବସ, ଏହି ଦିନ ସାରା ରାଜ୍ୟରେ ମହତ୍ତ୍ୱପୂର୍ଣ୍ଣ ଦିବସ ରୂପେ ପରିଚିତ, ତେଣୁ ପ୍ରତିବର୍ଷ ଜୁନ ମାସ ଏକ ତାରିଖରୁ ସପ୍ତାହ ପର୍ଯ୍ୟନ୍ତ ସାତଦିନଧରି ସମର୍ଗଦେଶରେ ବନମହୋତ୍ସବ ଦିବସ ପାଳନ କରାଯାଏ ଥାଏ, ଏହି ଅବସରେ କଲହାଣ୍ଡି ଉତ୍ତର ବନଖଣ୍ଡ, କେଗାଁ ବନାଞ୍ଚଳ ମାଧମରେ ଓ ଗୋଳାମୁଣ୍ଡା ସେକ୍ସନ ରେ ମଧ୍ୟ ଆଜି ତା୦୧/୦୭/୨୧ ଆଦର୍ଶ ବିଦ୍ୟାଳୟ ଗୋଳାମୁଣ୍ଡା ଠାରେ ଆଜି ପ୍ରଥମ ଦିନ ବନମହୋତ୍ସବ ଦିବସ ପାଳନ କରାଯାଇଛି, ଏହିକାର୍ଯ୍ୟକ୍ରମ ଆସନ୍ତା ତା୦୭/୦୭/୨୧ପ୍ରଯ୍ୟନ୍ତ ପାଳନ କରାଯିବ, ଉକ୍ତ ବନମହୋତ୍ସବ ଦିବସରେ ମୁଖ୍ୟ ଅତିଥି ଭାବେ ଗୋଳାମୁଣ୍ଡା ବିଡିଓ ସିଂଧାରାଣୀ ପଧାନ, ସମ୍ମାନିତ ଅତିଥି ତହସିଲଦାର ସର୍ବେଶ୍ୱର ଯାଲ, କେଗାଁ ରେଞ୍ଜର କେଶବ ମାଝୀ, ଗୋଳାମୁଣ୍ଡା ଫରେଷ୍ଟର ରମେଶ ପଣ୍ଡା,ଗୋଳାମୁଣ୍ଡା ସରପଞ୍ଚଶ୍ରୀମତୀ ରୁକ୍ମଣୀ ମଙ୍ଗରାଜ, ଗୋଳାମୁଣ୍ଡା ଯୋନ ଜିଲ୍ଲା ପରିଷଦ ବୃଷଭ ନାୟକ, କଳାହାଣ୍ଡି ଜିଲ୍ଲାର ଟାଣୁଆ ନେତା ତଥା ଯୁବ କଂଗ୍ରେସ ସଭାପତି ସାଉଲମଙ୍ଗରାଜ ଓ ଆଦର୍ଶ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ମାନ୍ୟ ଗଣ ବ୍ୟକ୍ତି ପ୍ରମୁଖ ଉପସ୍ଥିତ ରହିବୃକ୍ଷ ରୋପଣ କାର୍ଯ୍ୟ କ୍ରମରେ ସହଯୋଗ କରିଥିଲେ।

Comments (0)
Add Comment