ଲାଞ୍ଜିଗଡ଼,(କୋଶଲ ନ୍ୟୁଜ୍):ଚମ୍ପାଦେଇପୁର ଠାରେ ସ୍କୁଟିର ଭାରସାମ୍ୟ ହରାଇ ଗଛରେ ପିଟି ହୋଇ ଜଣେ ମୃତ ହୋଇଥିବା ଜଣାପଡ଼ିଛି। ସୁଚନା ଅନୁଯାୟୀ ନର୍ଲା ବ୍ଲକ ଅନ୍ତର୍ଗତ ଡ଼ଙ୍ଗତଳ ପଡ଼ାର ଜଗତ ରାମ ମାଝୀ କୌଣସି କାମରେ ସ୍କୁଟି ଯୋଗେ ଲାଞ୍ଜିଗଡ ଯିବା ସମୟରେ ଚମ୍ପାଦେଇପୁର ଠାରେ ସ୍କୁଟିର ଭାରସାମ୍ୟ ହରାଇ ଏକ ଆମ୍ବ ଗଛରେ ପିଟି ହୋଇ ଜଗତରାମ ମାଝୀଙ୍କ ଘଟଣା ସ୍ଥଳରେ ମୃତ ହୋଇଥିବା ଜଣାପଡିଛି। ତାଙ୍କ ମୃତ ଶରୀରରକୁ ବିଶ୍ଵନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠା ଯାଇଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ସୂଚନା ମିଳିଛି ।
ରିପୋର୍ଟ- ମଳୟ ବେନୁଆଁ