ବିଷଧର ନାଗସାପ ଦଂଶନ ରେ ମହିଳା ଜଣଙ୍କ ମୃତ୍ୟୁ

କଳାହାଣ୍ଡି (କୋଶଲ ନ୍ୟୁଜ୍) କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ନକଟିକାନୀ ଗ୍ରାମ ପଞ୍ଚାୟତ ଅଧୀନ ରେ ଥିବା ଗୁଦୁଡୁଘୁମା ଗ୍ରାମ ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା, ସୂଚନା ଅନୁସାରେ ଗୁଦୁଡୁଘୁମା ଗ୍ରାମ ର ନକୁଲ ମାଝୀ ଙ୍କ ସ୍ତ୍ରୀ ଚମ୍ପେ ମାଝୀ ତା୧୦/୭/୨୧ ରିଖ ସନ୍ଧ୍ୟା ୮ ଘଣ୍ଟା ସମୟରେ ରାତ୍ରି ଭୋଜନ କରିବା କୁ ହାତ ସଫା କରୁଥିବାବେଳେ ଏକ ବିଷଧର ନାଗସାପ ଚମ୍ପେ ମାଝୀ ର ଡାହାଣ ଗୋଡ ରେ ଦଂଶନ କରିଥିବା ଜଣାପଡିଛି, ଘଟଣା ସ୍ଥଳରେ ଚେତା ଶୂନ୍ୟ ଅବସ୍ଥାରେ ପଡିଥିବା ବେଳେ ପାଖ ପୋଡସି ଲୋକଙ୍କ ସାହାଯ୍ୟ କ୍ରମେ ଧର୍ମଗଡ ଉପଖଣ୍ଡ ଚିକିତ୍ସାଳକୁ ପହଞ୍ଚାଇଥିଲେ, ହେଲେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ ଏବଂ ଗୋଲାମୁଣ୍ଡା ପୋଲିସ ଉପସ୍ଥିତିରେ ମୃତ ଶରୀରର କୁ ପଞ୍ଚାନାମା କରି ଶବଟିକୁ ଘରକୁ ଅଣାଯାଇଥିବା ପରିବାର ପକ୍ଷରୁ କୁହାଯାଇଛି ,ସେହି ଗ୍ରାମର ଲୋକପ୍ରିୟତା ସମାଜସେବୀ ଶ୍ରୀଯୁକ୍ତ ସନ୍ତୋଷ କୁମାର ମାଝୀ ପ୍ରକାଶ କରି ଥିଲେ ଯେ ଗୁଦୁଡୁଘୁମା ଗ୍ରାମ ଏକ ପାହାଡ଼ିଆ ଘେରା ଅଞ୍ଚଳ ତଥା ଅନୁନ୍ନତ ଅଞ୍ଚଳ ହୋଇଥିବାରୁ ଗାଡ଼ି ଖୋଜା ଖୋଜି କରିବାରେ ବିଳମ୍ବ ଘଟିଥିବାରୁ ଗୁରୁତ୍ୱ ଅବସ୍ଥାରେ ପଡିଥିବା ରୋଗିଙ୍କୁ ଶିଘ୍ର ଡାକ୍ତରଖାନା କୁ ପହଞ୍ଚାଇ ପାରି ନ ଥିବାରୁ ମୃତ ହୋଇଛି ବୋଲି ପ୍ରକାଶ କରିଛନ୍ତି ଏଵଂ ପ୍ରସାସନ କୁ ନିବେଦନ କରିଛନ୍ତି ମୃତ ପରିବାର ଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଛନ୍ତି।

Comments (0)
Add Comment