ଶୌଚ ପାଇଁ ଯାଇ ପୋଖରୀରେ ବୁଡି ଯୁବକ ମୃତ

କୋକସରା(କୋଶଲ ନ୍ୟୁଜ) କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅଧିନସ୍ଥ ମୋଟେର ଗ୍ରାମର ଶିବମନ୍ଦିରପଡା ପୋଖରୀରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ମୃତ ଯୁବକ ମୋଟେର ଗ୍ରାମର ବୁଦ୍ଧିମନ୍ତ ସରାଫ ଙ୍କ ପୁଅ ବର୍ଣ୍ଣାଦି ସରାଫ |ଗତ କାଲି ସନ୍ଧ୍ୟାରେ ବର୍ଣ୍ଣାଦି ଶୌଚ ପାଇଁ ପୋଖରୀକୁ ଯାଇ ଆଉ ଘରକୁ ଫେରିନଥିଲେ। ପରିବାର ଲୋକେ ବହୁତ ଖୋଜା ଖୋଜି କରି ପାଇନଥିଲେ।ଆଜି ସକାଳେ ପୋଖରୀରେ ଶବ ଭାସୁଥିବା ଦେଖି ଲୋକେ ପୋଲିସକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ମୋଟେର ପୋଲିସ ପହଞ୍ଚି ମୃତକଙ୍କ ପରିଚୟ ପାଇ ପରିବାର ଲୋକଙ୍କ ସହାୟତାରେ ଶବ ଉଦ୍ଧାର କରିଥିଲା। ଏହାପରେ କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଶବ ବ୍ୟବଚ୍ଛେଦ ପାଇଁ ପଠେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ମୋଟେର ଫାଣ୍ଡି ଅଧିକାରୀ ଅଜୟ ନାଏକ ସୂଚନା ଦେଇଛନ୍ତି।

Comments (0)
Add Comment