କୁମଖାଳ ପଞ୍ଚାୟତ ଠାରେ ଆମ ଓଡ଼ିଶା ନବୀନ ଓଡ଼ିଶା ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ, ଜନ କଲ୍ୟାଣ ଯୋଜନା ଉପରେ ଗୁରୁତ୍ୱ

ଲାଞ୍ଜିଗଡ଼,(କୋଶଲ ନ୍ୟୁଜ୍): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ କୁମଖାଳ ଗ୍ରାମ ପଞ୍ଚାୟତ ପରିସରରେ ଶୁକ୍ରବାର ଆମ ଓଡ଼ିଶା ନବୀନ ଓଡିଶା ପଞ୍ଚାୟତ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କୁମଖାଳ ପଞ୍ଚାୟତ ସରପଞ୍ଚ ସାନ୍ଦ୍ରୁ ମାଝୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଜିଲ୍ଲାପରିଷଦ ସଦସ୍ୟା ଅଞ୍ଜଳି ମାଝୀ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ସହକାରୀ ଯନ୍ତ୍ରୀ ସାଲଖୁ ହେମ୍ରମ ଯୋଗଦେଇ ଗ୍ରାମାଞ୍ଚଳର ଭିତିଭୂମି ବିକାଶ ଓ ରାଜ୍ୟ ସରକାରଙ୍କର ଜନହିତକର ଯୋଜନା ଗୁଡ଼ିକ ଉପରେ ଜନସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ। ଏଥିରେ ସମ୍ମାନିତ ଅତିଥିଭାବେ ଜିପିଈଓ ସରୋଜ କୁମାର ପ୍ରଧାନ,ମିଶନ ଶକ୍ତି ଅଧିକାରୀ ସଞ୍ଜୀବ କହଁର,ପୂର୍ବତନ ସରପଞ୍ଚ ପ୍ରତନିଧି ମୁଳୁମାଝୀ, ସମାଜସେବୀ ମୋହନ ଦଣ୍ଡସେନା,ଅକ୍ଷୟ ଦଳପତି ପ୍ରମୁଖ ମଞ୍ଚାସିନ ରହିଥିଲେ। ଏଥିରେ ବିଭିନ୍ନ ବିଭାଗ ପକ୍ଷରୁ ଷ୍ଟଲ୍ ଖୋଲି ଜନସାଧାରଣଙ୍କୁ ସଚେତନତା କରାଇଥିଲେ। କୁମଖାଲ କାର୍ଯ୍ୟନିର୍ବାହୀ ଅଧିକାରୀ ମହୋନ ଚରଣ ହରିଜନଙ୍କ ତତ୍ବାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ସାମ୍ବାଦିକ ଗୋପାଳ ଦାସ ମହାନନ୍ଦ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମକୁ ଲକ୍ଷ୍ମଣ ମାଝୀଙ୍କ ନେତୃତ୍ବରେ ଯୋଗାଣସହାୟକ ଚନ୍ଦ୍ରମଣି ଗଉଡ଼ଙ୍କ ସମେତ ସମସ୍ତ ଗାଁସାଥୀ, ଏମବିକେ,ସିଆରପି, ଅଙ୍ଗନବାଡ଼ି କର୍ମୀ,ଆଶା କର୍ମୀ,ୱାଡ ସଭ୍ୟ/ସଭ୍ୟା ଏବଂ ଗ୍ରାମ ପଞ୍ଚାୟତବାସୀ ଉପସ୍ଥିତ ରହି ସହଯୋଗ କରିଥିଲେ।
ରିପୋର୍ଟ – ମଳୟ ବେନୁଆଁ.

Comments (0)
Add Comment