ଆବାସ ଦୁର୍ନୀତିକୁ ନେଇ ବିଜେପି ପକ୍ଷରୁ ବିଡ଼ିଓ ଙ୍କ ଜରିଆରେ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ

କଳାହାଣ୍ଡି:(କୋଶଲ ନ୍ୟୁଜ)ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ଅନିୟମିତତା ନେଇ ଆଜି(ଗୁରୁବାର) କୋକସରା ବ୍ଲକ ଅଫିସ ଘେରାଉ କରିଛି ବିଜେପି| ବିଜେପି ଜିଲ୍ଲା ଉପସଭାପତି ବଦ୍ରିନାରାୟଣ ପଟ୍ଟନାୟକଙ୍କ ନେତୃତ୍ୱରେ ପ୍ରତିବାଦ ସଭା ଅନୁଷ୍ଠିତ ହେବା ସହ ରାଜ୍ୟରେ ପ୍ରାୟ ଏକ ହଜାର କୋଟି ଟଙ୍କାର ଆବାସ ଦୁର୍ନୀତି କୁ ନେଇ କୋକସରା ବିଡ଼ିଓ ଙ୍କ ଜରିଆରେ ରାଜ୍ୟପାଳ ଙ୍କୁ ଦାବୀ ପତ୍ର ପ୍ରଦାନ କରାଯାଇଥିଲା|ଆବାସ ଯୋଜନାରେ ଅନିୟମିତତା, ବଣ୍ଟନ ରେ ପ୍ରିୟାପ୍ରୀତି ତୋଷଣ, ଘର ସମ୍ପୂର୍ଣ୍ଣ ନହୋଇ ମିଥ୍ୟାବିଲ କରାଯାଉଥିବା ଅଭିଯୋଗ ଉଠାଇଥିଲେ |


ଏହି ପ୍ରତିବାଦ ସଭାରେ ଜିଲ୍ଲା ବିଜେପି ଉପସଭାପତି ବଦ୍ରିନାରାୟଣ ପଟ୍ଟନାୟକ,ଲଷ୍ମୀକାନ୍ତ ବାଗ, ଆମପାଣି ଜୋନ ଜିଲ୍ଲାପରିଷଦ ସଭ୍ୟା ହେମାଙ୍ଗିନୀ ହଂସ, ମୋଟର ଜୋନ ଜିଲ୍ଲା ପରିଷଦ ସଭ୍ୟ ଆମୋଜ କୁମାର ପଣ୍ଡା,ଜିଲ୍ଲା ସାଧାରଣ ସମ୍ପାଦକ ଗଣେଶ ନନ୍ଦ,ଗୋଦାବରୀଶ ପାତ୍ର, ଅର୍ଜୁନ ଭାଟି,ତ୍ରିନାଥ ବାଗ,ମଧୁବନ ପାତ୍ର,ସତ୍ୟମ୍ବର ବାଗ,ଗରୁଡଧ୍ଵଜ ମାଝୀ,ପ୍ରମୋଦ ପଣ୍ଡା,ଦେବେନ୍ଦ୍ର ଘି, ରଜନୀକାନ୍ତ ପଣ୍ଡା, ମୁକୁନ୍ଦ ପଟ୍ଟନାୟକ, ଘନଶ୍ୟାମ ନାଏକ, ଦୁର୍ଗା ପ୍ରସାଦ ପ୍ରଧାନୀ ସମେତ ଅନେକ କର୍ମ କର୍ତ୍ତା ଉପସ୍ଥିତ ଥିଲେ|

Comments (0)
Add Comment