ପାଞ୍ଚ ଜଣ ଅନାଥ ପୁଅ ଓ ଝିଅ ଙ୍କୁସାହାଯ୍ୟ ର ହାତ ବଢାଇଲେ ଆଦର୍ଶ ୟୁଥ୍ କ୍ଲବ୍ କର୍ମକର୍ତ୍ତା

କଳାହାଣ୍ଡି (କୋଶଲ ନ୍ୟୁଜ୍) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ନାନ୍ଦୁଲ ର କିଛି ହୃଦୟ ବିଦାରକ ଦୃଶ୍ୟ କିଛି ଗଣ ମାଧ୍ୟମରେ ରେ ନିଉଜ ପ୍ରସାରିତ ହେବା ଦେଖି ଆଦର୍ଶ ୟୁଥ୍ କ୍ଲବ୍ ର ଉପଦେଷ୍ଟା ଶିବରାତୁ କୁମାର ଙ୍କ ନିର୍ଦେଶ କ୍ରମେ ସଭାପତି ଜୟନ୍ତ ମାଝୀ ,ସମ୍ପାଦକ ଧୀରେନ୍ଦ୍ର ସୁନାନୀ , କୋଷାଧ୍ୟକ୍ଷ ମନୋଜ ନାଏକ , ଉପେନ୍ଦ୍ର ବିହାରୀ, ପୁଷ୍ପ ପାରାଭୋଇ , କୁଶ ବୁଦ୍ଧିଆ , ସୁଶାନ୍ତ ମାଝୀ , କିଷ୍ମତ୍ ପରାଭୋଈ , ସୁରେନ୍ ମାଝୀ ବିଜୟ ମାଝୀ ଏବଂ NYKS ସ୍ଵେଛାସେବୀ ମମତା ପ୍ରଧାନ ସମେତ ଉପସ୍ଥିତ ରହି କିଛି ଆର୍ଥିକ ଏବଂ ଶୁଖିଲା ଖାଦ୍ୟ ର ସହଯୋଗ କରିଥିଲେ । ସର୍ବ ଶେଷରେ ଅଞ୍ଚଳ ର ଯୁବ ସାମ୍ବାଦିକ ଧୀରେନ୍ଦ୍ର ସୁନାନୀ ଙ୍କୁ ଧନ୍ୟବାଦ୍ ଜଣାଇଥିଲେ ଆଦର୍ଶ ୟୁଥ୍ କ୍ଲବ୍ ର ସମସ୍ତ କର୍ମକର୍ତ୍ତା ଏଭଳି ସମସ୍ୟା କୁ ପ୍ରଚାର ପ୍ରସାର କରିଥିବାରୁ ।ଆଦର୍ଶ ୟୁଥ୍ କ୍ଲବ୍ ର ଏଭଳି ମହତ କାର୍ଯ୍ୟ କୁ ନେଇ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରୁଛନ୍ତି ।

Comments (0)
Add Comment