ଘରେ ଏକା ଥିବାବେଳେ ବିବାହିତା ମହିଳାଙ୍କୁ କାର୍ଯ୍ୟ ନିର୍ବାହୀ ଅଧିକାରୀ ଦୁଷ୍କର୍ମ କରିଥିବା ଅଭିଯୋଗ

କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ୍ ବଡ କର୍ଲାକୋଟ ଗ୍ରାମପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ନିରାକାର ନାଏକ ଜୈନିକ ବିବାହିତା ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ଜୟପାଟଣା ଥାନାରେ l ଥାନାରେ ଲିଖିତ ଅଭିଯୋଗ ହେବା ପରେ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ପୋଲିସ ଅଟକ ରଖି ତଦନ୍ତ ଜାରି ରହିଛି । ତେବେ ଥୁଆମୂଳ-ରାମପୁର ଥାନା ଅନ୍ତର୍ଗତ ଡୁମେରପଦର ଗାଁର ନିରାକାର ନାଏକ ବଡ କର୍ଲାକୋଟ୍ ଗ୍ରାମ ପଞ୍ଚାୟତ ରେ କାର୍ଯ୍ଯ ନିର୍ବାହି ଅଧିକାରୀ ଭାବେ ଚାକିରୀ କରିଆସୁଥିଲେ l ନିରାକାର ନାଏକ ମୁଖିଗୁଡା ଉପର ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପର କଲୋନୀ ଘରେ ରହୁଥିବା ବେଳେ ଜୈନିକ ମହିଳା ମଧ୍ୟ ସେଇ ଅଞ୍ଚଳର ହୋଇଥିବା ରୁ ସେ ମଧ୍ୟ ଦିର୍ଘ ଏକ ବର୍ଷ ହେବ ମୁଖୀଗୁଡା ଉପର ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ କଲୋନୀର ଅନ୍ୟ ଏକ ଘରେ ରହିଆସୁଥିଲେ ।

ମହିଳାଙ୍କ ଅଭିଯୋଗ ଅନୁସାରେ ଗତ ଅପ୍ରେଲ ୨୮ ତାରିଖ ଦିନ ସେ ଘରେ ଏକୁଟିଆ ଥିବାବେଳେ କାର୍ଯ୍ୟ ନିର୍ବାହୀ ଅଧିକାରୀ ତାଙ୍କୁ ଜୋର ଜବରଦସ୍ତି ଦୁଷ୍କର୍ମ କରିଛନ୍ତି । ଏ ସଂପର୍କରେ ସେ ଏତଲାରେ ମଧ୍ୟ ଉଲ୍ଲେଖ କରିଛନ୍ତି । ଉଭୟ ମହିଳା ଏବଂ କାର୍ଯ୍ୟ ନିର୍ବାହୀ ଅଧିକାରୀ ବିବାହିତ ରହିଥିବା ବେଳେ ଜୟପାଟଣା ଥାନା କେଶ ନମ୍ବର ୧୧୯/୨୧ରେ ଏକ ଦୁଷ୍କର୍ମ ମାମଲା ରୁଜୁ କରିଛି ପୋଲିସ l ଏନେଇ ଶନିବାର ଉଭୟଙ୍କ ଡାକ୍ତରୀ ମାଇନା କରାଯିବ ବୋଲି ଥାନା ଅଧିକାରିଣୀ ରଶ୍ମିତା ପ୍ରଧାନ ସୂଚନା ଦେଇଛନ୍ତି । ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ କଲୋନୀରେ କିଭଳି ଏଭଳି ଲୋକମାନଙ୍କୁ ରହିବାକୁ ସୁଯୋଗ ଦିଆଯାଉଛି ତାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

Comments (0)
Add Comment