ଭିନ୍ନକ୍ଷମଙ୍କ ପାଇଁ ଭତ୍ତା ଖଣ୍ଡିଏ ପାଇବା ପାଇଁ ସାତସପନ

କଳାହାଣ୍ଡି (କୋଶଲ ନ୍ୟୁଜ୍) କଳାହାଣ୍ଡି ଜିଲ୍ଲାର ମଦନପୁର ରାମପୁର ବ୍ଳକ ଅନ୍ତର୍ଗତ ଅଇଲାପାଳି ଗ୍ରାମ ଧନପତି ମାଝୀ ବୟସ-55 2019 ମସିହା ଜୁଲାଇ ମାସରେ ଭିନ୍ନକ୍ଷମ ପ୍ରମାଣ ପତ୍ର ମିଳିଥିଲା କିନ୍ତୁ ଆଜି ପର୍ଯ୍ୟନ୍ତ ଭତ୍ତା ଖଣ୍ଡିଏ ପାଇପାରୁ ନାହାନ୍ତି ସେହିପରି ସେହି ଅଇଲାପାଳି ଗ୍ରାମ ର ଯୁବତି ଗେହ୍ଲେଇ ସାହୁ ବୟସ-27 ସେ ମଧ୍ୟ ଭିନ୍ନକ୍ଷମ ପ୍ରମାଣ ପତ୍ର ପାଇଥିଲେ ମଧ୍ୟ ଭତ୍ତା ଖଣ୍ଡିଏ ପାଇପାରୁ ନାହାନ୍ତି।
ଆଗରୁ ପଞ୍ଚାୟତ ଏବଂ ବ୍ଳକ ରେ ଅଭିଯୋଗ କରିଥିଲେ ମଧ୍ୟ ପାଇପାରୁ ନଥିବାରୁ ଖବର କାଗଜ ରେ ମଧ୍ୟ ଖବର ପ୍ରସାରଣ କରାଯାଇଥିଲା।

Comments (0)
Add Comment