କୋଶଲ୍ ନ୍ଯୁଜ୍ ର ପ୍ରଭାବ, ୬ ମାସର ରାସନ୍ ପାଇଲେ ହିତାଧିକାରୀ

କଳାହାଣ୍ଡି (କୋଶଲ ନ୍ୟୁଜ୍) କୋଶଲ ନ୍ଯୁଜ୍ ର ମହା ପ୍ରଭାବ l ଖବର ବାଜିବା ପରେ ଚେତିଲା ପ୍ରଶାସନ l ଗରିବ ଓ ଖଟିଆ ଙ୍କ ପାଇଁ ସରକାର ଖାଦ୍ଯ ସୁରକ୍ଷା ଆଇନ୍ ଯୋଜନାରେ ରାସନ କାର୍ଡ ଯୋଗାଇ ସେହି କାର୍ଡ୍ ମାଧ୍ଯମରେ ପେଟ ପାଇଁ ଦାନା ଯୋଗାଇ ଦେଉଛନ୍ତି l ହେଲେ ଏହି ଯୋଜନାରେ କାର୍ଡ୍ ପାଇ ଥିଲେ ମଧ୍ଯ ୬ ମାସର ରାସନ ମିଲି ନଥିବା ଖବର୍ ଆମ କୋଶଲ୍ ନ୍ଯୁଜ ରେ ପ୍ରଶାରିତ ହୋଇଥିଲା l ଆଉ ଏହି ଖବର୍ ଟି ଥିଲା କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ୍ ଦସପୁର ଗାଁର l ଏହି ଗାଁରେ ରହୁଥିବା ଲତା ଗୌଡ ରାସନ କାର୍ଡ୍ ପାଇଥିଲେ ମଧ୍ଯ ଗତ ୬ ମାସ ର ରାସନ୍ ସାମଗ୍ରୀ ରୁ ବଞ୍ଚିତ ରହୁଥିବା ବେଳେ ଏନେଇ ପଞ୍ଚାୟତ ଠୁ ଆରମ୍ଭ କରି ବ୍ଲକ୍ ପ୍ରଶାସନ କୁ ଜଣାଇ ଥିଲେ ମଧ୍ଯ ତାଙ୍କ କଥା କେହି ସୁଣୁ ନଥିଲେ ଯାହା ଫଳରେ ଆମ ପ୍ରତିନିଧି ଙ୍କୁ ଦୃଷ୍ଟି ଆକର୍ଷଣ କରିଥିଲେ l ଆଉ ଏଇ ଖବର କୁ ନେଇ କୋଶଲ ନ୍ଯୁଜ୍ ରେ ଖବର ପ୍ରସାରିତ ହେବା ପରେ ପ୍ରଶାସନ ଚେଇଁ ଉଠି ହିତାଧିକାରୀ ଙ୍କୁ ରାସନ କାର୍ଡ୍ ପ୍ରଦାନ କରିଛି l

Comments (0)
Add Comment