ବିଧବା ଙ୍କ ପାଇଁ ସାତ ସପନ ହୋଇଛି ବିଧବା ଭତ୍ତା

କଳାହାଣ୍ଡି (କୋଶଲ ନ୍ଯୁଜ ବ୍ଯୁରୋ)୦୩/୦୬ : ଗରିବଙ୍କ ପାଇଁ ସରକାରଙ୍କ ଅନେକ ଯୋଜନା ରହିଛି l ଏପରି କି ମାଆ ପେଟରୁ ଆରମ୍ଭ କରି ଶ୍ମଷାନ ପର୍ଯ୍ଯନ୍ତ ଯୋଜନା କରିଛନ୍ତି ସରକାର l ଏପରି ପେକ୍ଷିରେ କୌଣଷି ମହିଳା ଙ୍କ ସ୍ବାମୀ ଙ୍କର ଯଦି ମୃତ୍ଯୁ ହୁଏ ତେବେ ତାଙ୍କୁ ଇନ୍ଦିରା ଗାନ୍ଧି ଜାତୀୟ ବିଧବା ଭତ୍ତା ଯୋଜନା (ଆଇ.ଜି.ଏନ୍.ଡବ୍ଲୁ୍.ପି.ଏସ୍) ରେ ସାମିଲ କରି ବିଧବା ଭତ୍ତା ଦେବା ପାଇଁ ଫେବୃୟାରୀ ୨୦୦୯ ମସିହାରେ ଘୋଷଣା କରିଥିଲେ କେନ୍ଦ୍ର ସରକାର l ହେଲେ ପ୍ରାଶାସନିକ ଅବହେଲା ଯୋଗୁଁ ଏସବୁ ଯୋଜନା ରୁ ବଞ୍ଚିତ ରହୁଛନ୍ତି ଅନେକ ବିଧବା ମହିଳା l ଏ ଚିତ୍ର ଟି ହେଉଛି କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍ ଆଦର୍ଶ ଗ୍ରାମ ପଞ୍ଚାୟତ ବୋରପଦର ସ୍ଥିତ ଭଟାପଲା ଗାଁରେ ବସବାସ କରୁଥିବା ବିଧବା ସ୍ନେହଲତା ସାହୁ ଙ୍କର କରୁଣ ଚିତ୍ର l ଗତ ପାଞ୍ଚ ବର୍ଷ ହେବ ସ୍ବାମୀ ଦିନେଶ ସାହୁ ଯକ୍ଷ୍ମା ରୋଗରେ ଆକ୍ରାନ୍ତ ହୋଇ ଆରପାରିକୁ ଚାଲି ଯାଇଛନ୍ତି l ଏବଂ ପରିବାର କହିଲେ ମାତ୍ର ତିନି ଜଣ l ନିଜେ ସ୍ନେହଲତା ଓ ଦୁଇ ଛୋଟ ଛୋଟ ପିଲା ଙ୍କୁ ନେଇ ପରିବାର ଚଳାଉଛନ୍ତି l ତେବେ ସ୍ବାମୀ ଆର ପାରିକୁ ଚାଲିଯିବା ପରେ ଭାଙ୍ଗି ପଡିଛନ୍ତି ସ୍ନେହଲତା l ଏପରି ସ୍ଥିତିରେ ଦୁଇ ଛୋଟ ପିଲା ଙ୍କୁ ନେଇ ପରିବାର ପ୍ରତିପୋଷଣ କରିବା ପାଇଁ ତାଙ୍କ ପକ୍ଷେ ଅସମ୍ଭବ ହୋଇ ପଡିଛି l ଯାହା କୁ ନେଇ ଏବେ ଚିନ୍ତାର ଅଛନ୍ତି ସ୍ନେହଲତା l ତେବେ ଏଭଳି ପରିସ୍ଥିତିରେ ସରକାରୀ ସହାୟତା କୁ ଚାହିଁ ବସିଛନ୍ତି ବିଧବା ସ୍ନେହଲତା l ଭତ୍ତା ପାଇଁ ଆଜି ଏ ଅଫିସ୍ ତ କାଳି ସେ ଅଫିସ କୁ ଧାଇଁ ଧାଇଁ ନୟାନ୍ତ ହୋଇ ଗଲେଣୀ ଏଇ ବିଧବା ଜଣକ l କିନ୍ତୁ ସରକାରୀ ସହାୟତା ପାଇବାରେ ଫଳ ସୁନ୍ l ଏମିତି କି ସରକାର ଦେଉଥିବା ଅନୁକମ୍ପା ରାଶି ମଧ୍ଯ ପାଇ ନଥିବା କହିଛନ୍ତି ସ୍ନେହଲତା l ତେବେ ସାଙ୍ଗରେ ଦୁଇ ପୁଅଙ୍କ ନେଇ ସ୍ଥାନୀୟ ତହସିଲ କାର୍ଯ୍ଯାଳୟ କୁ ଆସିଥିଲେ ସ୍ନେହଲତା l ଏବଂ ସେଠାରେ ତହସିଲଦାର୍ ବାସନ୍ତି ସେଠି ଙ୍କୁ ଭେଟି ଅଭିଯୋଗ କଲାପରେ ସେ ଏହି ସମସ୍ଯା ର ପ୍ରତିକାର ପାଇଁ ପଦକ୍ଷେପ ନେବେ ବୋଲି କହିବା ସହ ଜିଲ୍ଲା ଚିକିତ୍ସା ଅଧିକାରୀଙ୍କୁ ଯୋଗାଯୋଗ କରିବା କୁ କହିଥିଲେ l ଏନେଇ ସି.ଡି.ପି.ଓ ଏହାର ତୁରନ୍ତ ବିଚାର କରାଯିବ ବୋଲି ପ୍ରତିଶୃତି ଦେଇଥିବା କହିଛନ୍ତି ସ୍ନେହଲତା l ତେବେ ଏ ସମ୍ପର୍କରେ ଗୋଷ୍ଠି ସାମାଜିକ ସମ୍ପ୍ରସାରଣ ଅଧିକାରୀ (ସି.ଏସ୍.ଓ) ଙ୍କୁ ପଚାରି ବାରୁ ଆବଶ୍ଯକ ନଥିପତ୍ର ସହ ଅନଲାଇନ୍ ଆବେଦନ କରିବା ପାଇଁ ପରାମର୍ଶ ଦେଇଥିଲେ l ତେବେ ପ୍ରଶାସନ କେତେ ଶିଘ୍ର ତତ୍ପରତା ଦେଖାଇ ଏହି ବିଧବା ମହିଳା ଜଣଙ୍କୁ ଭତ୍ତା ପ୍ରଦାନ କରୁଛି ତାହା ଦେଖିବାକୁ ବାକି ରହିଲା l

Comments (0)
Add Comment