ଏକ ବିରଲ ରକ୍ତ ଯୋଗାଡ କରି ପ୍ରଶଂସା ରେ ସୋସିଆଲ୍ ଆକ୍ଟିଭିଷ୍ଟ ଅଫ୍ କଳାହାଣ୍ଡି

କଳାହାଣ୍ଡି : (କୋଶଲ ନ୍ୟୁଜ୍) ଗତ ୧୬ -୦୬-୨୦୨୧ ବୁଧବାର ଦିନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭବାନିପାଟଣା ରେ ରାଧିକା ଜୁଏଡ ନାମକ ଗୋଲାମୁଣ୍ଡା ବ୍ଲକ କେଗାଁ ପଞ୍ଚାୟତ ମକଲା ଗାଁ ର ଜଣେ ଗର୍ଭବତୀ ମା ଙ୍କୁ ବିରଲ ରକ୍ତ ଗ୍ରୁପ୍ “ଓ ପଜିଟିଭ୍ ବମ୍ବେ ଫେନୋଟାଇପ୍” ଜରୁରୀ ଥିବା ବିଭିନ୍ନ ଗଣ ମାଧ୍ଯମ ରେ ପ୍ରକାଶ ପାଇଥିଲା ସୂଚନା ମୁତାବକ ୨ ଦିନ ତଲେ ଗର୍ଭବତୀ ମା ଙ୍କୁ ଗୋଟିଏ ଛୁଆ ହୋଇ ମୃତ୍ୟୁ ବରଣ କରିଥିଲା ପରେ ପରେ ମା ଙ୍କ ରକ୍ତ କମିଯିବାରୁ ଗର୍ଭବତୀ ମା ଙ୍କ ଦେହ ଗୁରୁତର ହେବାକୁ ଲାଗିଲା ଏହା ସୋସିଆଲ୍ ଆକ୍ଟିଭିଷ୍ଟ ଅଫ୍ କଳାହାଣ୍ଡି ସଂଗଠନ ର ନଜର କୁ ଆସିବା ପରେ ତତ୍ପରତା ଦେଖାଇ କଲିଙ୍ଗ ରକ୍ଷକ ସଂଗଠନ ର ପ୍ରତିଷ୍ଠାତା ଙ୍କୁ ଯୋଗାଯୋଗ କରିଥଲେ ।କଲିଙ୍ଗ ରକ୍ଷକ ସଂଗଠନ ର ବିଶ୍ୱ ରଞ୍ଜନ ସାହୁ ଙ୍କ ମାଧ୍ଯମ ଓ ଜୟଦେବ ଜାଲ୍ ଯାଦବ ଙ୍କ ସାହାର୍ଯ୍ୟ ରେ ଦୁଇ ଜଣ ରକ୍ତ ଦାତା ଦୁର୍ଲଭ ସାହୁ ଏବଂ ମାନସ ରଞ୍ଜନ ପ୍ରଧାନ କଳାହାଣ୍ଡି ଆସିବା ପାଇଁ ରାଜି ହେଲେ ତଥା ୧୭-୦୬/୨୦୨୧ ମଧ୍ଯ ରାତ୍ରି ରେ ଭବାନିପାଟଣା ସହର ପହଞ୍ଚିଥିଲେ ରାତିରେ ସୋସିଆଲ ଆକ୍ଟିଭିଷ୍ଟ ଅଫ କଳାହାଣ୍ଡି ସଂଗଠନ ର କାର୍ଯ୍ୟକର୍ତ୍ତା ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ ।ରକ୍ତଦାତା ଏସ.ଏ.କେ କାର୍ଯ୍ୟଳୟ ରେ ରାତ୍ରି ଯାପନ କଲା ପରେ ୧୮-୦୬-୨୦୨୧ ସକାଲ ୦୯:୦୦ ଟା ସମୟ ରେ ଦୁଇ ଜଣ ରକ୍ତଦାତା ଦୁର୍ଳଭ ସାହୁ ଓ ମାନସ ରଞ୍ଜନ ପ୍ରଧାନ ରକ୍ତଭଣ୍ଡାର ପହଞ୍ଚିଥିଲେ ।ରକ୍ତଦାତା ମାନଙ୍କୁ ଏସ୍.ଏ.କେ ଟିମ୍ ମାଲା,ପୁଷ୍ପଗୁଚ୍ଛ , ଉପଢୋକନ ଦେଇ ପୁଣିଥରେ ସ୍ୱାଗତ କରିଥିଲେ ଶେଷରେ ୯:୩୦ ସମୟ ରେ ଦୁଇଜଣ ରକ୍ତଦାତା ରକ୍ତଦାନ କରିଥିଲେ ଏବଂ ଗଣ ମାଧ୍ଯମ ସାହାର୍ଯ୍ୟ ରେ ଯୁବ ପିଢି ଙ୍କୁ ରକ୍ତ ଦାନ ସଚେତନତା ବାର୍ତ୍ତା ଦେଇଥିଲେ ।
ସୋସିଆଲ୍ ଆକ୍ଟିଭିଷ୍ଟି ଅଫ୍ କଳାହାଣ୍ଡି ସଂଗଠନ ର ଏପରି କାର୍ଯ୍ୟ କୁ ଦେଖି କଳାହାଣ୍ଡି ଜିଲ୍ଲା ବାସୀ ପ୍ରଶଂସା କରିବା ସହ ବୁଦ୍ଧିଜୀବି ଶୁଭେଚ୍ଛା ଜଣାଉଥିବା ଦେଖିବାକୁ ମିଲିଛି

Comments (0)
Add Comment