ଡକ୍ଟର ବି. ଆର ଆମ୍ବେଦକର ଙ୍କ ଜନ୍ମଦିବସ ପାଳିତ

ଡକ୍ଟର ବି. ଆର ଆମ୍ବେଦକର ଙ୍କ ଜନ୍ମଦିବସ ପାଳିତ ! ଯୋରାଡ଼ବରା ପିଏନଏସ କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଯୋରାଡବରା ପଂଚାୟତ କୁ ଶୁର୍ଲା(ହଜାରୀପଡା )ଗ୍ରାମ ରେ ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ଜିଲ୍ଲା ଯୁବ ସଂଯୋଜକ ଶ୍ରୀମାନ ପ୍ରସନ୍ନ କୁମାର ମେହେର ଓ ଲେଖାପାଳ ଶ୍ରୀଯୁକ୍ତ ଦ୍ଵିତୀୟା ବନଛୋର ଙ୍କ ତତ୍ୱବଧାନରେ କଳାରୁଦ୍ର ଯୁବକ ସଙ୍ଘ ପକ୍ଷରୁ ଡକ୍ଟର ବି. ଆର ଆମ୍ବେଦକର ଙ୍କ ଜୟନ୍ତୀ ଦିବସ ରେ ସର୍ବ ପ୍ରଥମେ ଦୀପ ପ୍ରଜ୍ବଳନ କରି ଫୋଟୋ ରେ ପୁଷ୍ପ ମାଲ ଥିଲେ । କାର୍ଯ୍ୟକ୍ରମ ଅବସରରେ ଶାନ୍ତିବନବରେ ଥିବା ଶ୍ରୀ ଗିରିଗୋବର୍ଧନ ମନ୍ଦିର, ନଳକୂପ ଓ ପୋଖରୀ ର ଚତୁର୍ପାଶ୍ୱ ସଫା କରିବାସହ ଜଙ୍ଗଲ ଏବଂ ଗ୍ରାମରେ ଥିବା ନଳକୂପର ପାଣି ସଂରକ୍ଷିତ କରି ପଶୁ ପକ୍ଷୀ ମାନେ କିପରି ଏହାର ବ୍ୟବହାର କରିପାରିବେ ସେଥିପାଇଁ ଗାତ ଖୋଲିଥିଲେ ପରେ ସ୍ଥାନୀୟ ଶ୍ରୀ ରାମ ମନ୍ଦିର ନିର୍ମାଣ ରେ କ୍ଲବ ର ସଦସ୍ୟ ମନେ ଶ୍ରମ ଦାନ ମଧ୍ୟ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ରେ ସଂଘ ସଭାପତି ସନତ ସାହୁ , ସମ୍ପାଦକ ସଂଜୀବ ସାହୁ,କୋଷାଧକ୍ଷ ରେଶବସାହୁ ଙ୍କ ନୁର୍ଦେଶ କ୍ରମେ ଯୁବକ ସଙ୍ଘ ର ଦୁର୍ବାଦଳ ସାହୁ, ଲଳିତ,ଅର, ଭଗତ, ବିକାଶ ସମେତ ସଙ୍ଘ ର ଅନ୍ୟ ସଦସ୍ୟ ମଧ୍ୟ ଉପସ୍ଥିତ ଥିଲେ!!

Comments (0)
Add Comment