ବିଶାଲ ରାଲି ସହ ନାମାଙ୍କନ ପ୍ରାର୍ଥୀ ଦାଖଲ କଲେ ବିଜେଡ଼ି ବିଧାୟକ ପ୍ରାଥୀ ଦିବ୍ୟ ଶଙ୍କର ମିଶ୍ର

ଜୁନାଗଡ଼,୨୩/୪,କୋଶଲ ନ୍ୟୁଜ,(ଭୋକରଧନ ଧ. ମାଝୀ):କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହରରେ ଆଜି ବିଜେଡିର ବିଧାନସଭା ପ୍ରାର୍ଥୀ ଦିବ୍ୟ ଶଙ୍କର ମିଶ୍ରଙ୍କ ପ୍ରାର୍ଥୀ ପତ୍ର ଦାଖଲ ପାଇଁ ସହର ଏକ ରାଜନୈତିକ ମାହଲ ସୃଷ୍ଟି ହୋଇଥଲା। ସ୍ଥାନୀୟ ସାପ୍ତାହିକ ବଜାର ଠାରୁ ହଜାର ହଜାର ସମର୍ଥକଙ୍କ ସହ ସାଂସଦ ପ୍ରାର୍ଥୀ ଲମ୍ବୁଦର ନିଆଲ୍ ଓ ବିଧାୟକ ଦିବ୍ୟ ଶଙ୍କର ମିଶ୍ର ସହର ମୂଖ୍ୟ ରାସ୍ତାର ଲଙ୍କେଶ୍ଵରୀ ମନ୍ଦୀରକୁ ଯାଇ ପୁଜାର୍ଚ୍ଚନା କରିଥିଲେ। ପରେ ସ୍ଥାନୀୟ ହାଇସ୍କୁଲ୍ ପଡିଆ ଠାରେ ଏକ ସାଧାରଣ ସଭାରେ ବିଜୁ ଜନତା ଦଳର ସାଂସଦ ଓ ବିଧାୟକ ପ୍ରାଥିକୁ ବହୁ ମାତ୍ର ବିଜୟ କରିବାକୁ ଅପିଲ କରିଥଲେ। ଶ୍ରୀ ଦିବ୍ୟ ଶଙ୍କର ମିଶ୍ର ପରେ ବିଧାୟକ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିଲେ। ନାମାଙ୍କନ ସମୟରେ ବିଜେଡିର ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ।

Comments (0)
Add Comment