ବର୍ଡର ଚମ୍ପିୟାନ ଟ୍ରଫି ଉଦଯାପିତ, ବେହେରା ଚମ୍ପିୟାନ

ଧର୍ମଗଡ(କୋଶଲ ନ୍ୟୁଜ୍):-କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ବେହେରାଗୁଡା ଚଞ୍ଚରା ଡଙ୍ଗରି ଠାରେ ବେହେରାଗୁଡା କ୍ରିକେଟ କ୍ଲବ୍ ଆନୁକୂଲ୍ୟରେ ଆୟୋଜିତ ହୋଇଥିବା ବୋର୍ଡର ଚମ୍ପିୟାନ ଟ୍ରଫିର ଫାଇନାଲ ମ୍ୟାଚ ବେହେରା ଦନ୍ତେଶ୍ୱରୀକ୍ରିକେଟ କ୍ଲବ ବନାମ ନନ୍ଦଗାଁ କ୍ରିକେଟ ଦଳ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେଇଥିଲା l ନନ୍ଦଗାଁ ଦଳ ଟସ ଜିତି ପ୍ରଥମେ ବୋଲିଙ୍ଗର ନିଷ୍ପତ୍ତି ନେଇଥିଲେ l ନିର୍ଦ୍ଧାରିତ ୧୨ଓଭର ଖେଳି ବେହେରା ଦଳ ସମ୍ପୂର୍ଣ ଓ୍ବିକେଟ ବିନିମୟରେ ୧୩୭ ରନ୍ ସଂଗ୍ରହ କରିଥିଲେ l ଜବାବ ରେ ନନ୍ଦଗାଁ ଦଳ ୧୧.୫ଓଭର ରେ ୧୧୮ ରନ ରେ ସମ୍ପୂର୍ଣ ଓ୍ବିକେଟ ହରାଇ ଥିଲେ ।ଫଳରେ ବେହେରା ୧୯ରନ ରେ ବିଜୟ ଲାଭ କରିଥିଲେ l ମ୍ୟାଚକୁ ଅମ୍ପlୟାର ଭାବେ ସୋମ୍ୟରଂଜନ ଗୋପାଳ ଏବଂ ସୁନୀଲ ହଂସ ପରିଚାଳନା କରିଥିବା ବେଳେ ସ୍କୋରର ଭାବେ ଟିଙ୍କୁ ଛତ୍ରୀଆ ସହଯୋଗ କରିଥିଲେ l ଧାରା ବିବରଣୀ ଶିକ୍ଷକ ଚକ୍ରଧର ବାରିକ, କ୍ଷୀରସିନ୍ଧୁ ବାଗ ଓ ଦିପେନ୍ଦ୍ର ଗାନ୍ଧୀ କରିଥିଲେ । ବେହେରା ଦଳ ର ଟେମ୍ପୁ ମ୍ୟାନ ଅଫ ଦି ମ୍ୟାଚ ଓ ସଂଜୀବ ଗୋପାଳ ମ୍ୟାନ ଅଫ ଦି ସିରିଜ ପୁରସ୍କାର ପାଇଥିଲେ। ରନର ସିପ ନନ୍ଦଗାଁ ଟିମ ଓ ବିଜୟ ବେହେରା କ୍ରିକେଟ ଟିମ କୁ ଅତିଥି ମାନେ ପୁରସ୍କାର ପ୍ରଦାନ କରିଥିଲେ l
ଆଜିର ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଧର୍ମଗଡ଼ ବିଜେଡି ସଭାପତି ମାନସ ବାଗ, ସମ୍ମାନୀୟ ଅତିଥି ଭାବେ ଛଞ୍ଚାଣବାହାଳି ସରପଞ୍ଚ ପ୍ରୀତି ବେମାଲ,
ଜିଲ୍ଲାପରିଷଡ଼ ସଭ୍ୟ ଶଙ୍କର ଜୁଏଡ଼,ପୂର୍ବତନ ବ୍ଲକ ଅଧ୍ୟକ୍ଷ ବଳରାମ ପୁଝାରି,ବିଜେଡି ଜିଲ୍ଲା ସମ୍ପାଦକ ପ୍ରଶାନ୍ତ ତିୱାରୀ ,କର୍ତବ୍ୟ ର ସଂଯୋଜକ ନିରାକାର ଦଣ୍ଡସେନା, ବିଜେଡି ନେତା ଗୌର ବାଗ ପ୍ରମୁଖ ଉପସ୍ଥିତ ଥିଲେ।ନୀଳମ୍ବର ପୋଡ଼,ଗଗନେ ବେମାଲ,ଶୋଭିତ ଗାନ୍ଧୀ,ଗଜେନ୍ଦ୍ର ଚିଲାଗୁନ,ଲିଟୁ ହଂସ,ଅମୂଲ୍ୟ ନାଏକ,ମଣ୍ଟୁ ପୋଡ଼,ନାରାୟଣ ସାଗର,ହମନାଥ ବାରିକ ତଥା କମିଟି ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।

ରିପୋର୍ଟ:-ଶୋଭିତ ଗାନ୍ଧୀ

Comments (0)
Add Comment