ଖମାରହଳଦୀ କ୍ଲଷ୍ଟର ପଞ୍ଜିଆ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ଦ୍ଵିତୀୟ ମାସିକ ବୈଠକ

ଗୋଲାମୁଣ୍ଡା,(କୋଶଲ ନ୍ୟୁଜ୍):ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଖମାରହଲଦୀ କ୍ଲଷ୍ଟର୍ ର ପଞ୍ଜିଆ ପ୍ରାଥମିକ ବିଦ୍ୟାଳୟ ଠାରେ ଶନିବାର ଚଳିତ ଶିକ୍ଷା ବର୍ଷର କ୍ଳଷ୍ଟର ସ୍ତରୀୟ ଦ୍ଵିତୀୟ ମାସିକ ସମୀକ୍ଷା ବୈଠକ ଭବାନୀପାଟଣା ସ୍ଥିତ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ର ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ତଥା ଡି.ଆଇ.ଇ.ଟି ଓ ସି.ଆର୍. ସି .ସି,  ଲିଙ୍କ୍ଜଜ ର ବ୍ଲକ୍ ସଂଯୋଜକ ଅଚ୍ୟୁତାନନ୍ଦ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ଖମାରହଲଦୀ କ୍ଲଷ୍ଟର ସି.ଆର.ସି ସି, ତୁଲାରାମ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକ ଆରମ୍ଭ ହେବା ପୁର୍ବରୁ ବିଦ୍ୟାଳୟ ର ଶୈକ୍ଷିକ ଓ ଭୌତିକ ଭିତ୍ତିଭୂମି ପରିଦର୍ଶନ କରାଯାଇ ତାହା ଉପରେ ଆଲୋଚନା କରାଗଲା ଓ ପରେ ପୂର୍ବ ବୈଠକର ଆଲୋଚନା, ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ (ଏଫ୍, ଏଲ, ଏନ୍), ର ଜୁଲାଇ ମାସର ଏକାଡେମୀକ୍ କ୍ୟାଲେଣ୍ଡର, ପାଠ ଯୋଜନା, ବିଦ୍ୟାଳୟରେ ସମ୍ମୁଖୀନ ହେଉଥିବା ସମସ୍ୟା ଓ ସମାଧାନ, ମାନନିର୍ଦ୍ଧାରଣ ଟ୍ରାକର, ଇ- ଯାଦୁଇ ପିଟାରା, ପ୍ରଥମ, ଦୂତୀୟ, ଓ ତୃତୀୟ ଶ୍ରେଣୀର ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ (ଏଫ୍, ଏଲ, ଏନ୍), ଜ୍ଞାନ ହାସଲର ଏକକ ଶ୍ରେଣୀ ଓ ବହୁ ଶ୍ରେଣୀ ଶିକ୍ଷାଦାନ ପାଇଁ ପାଠଯୋଜନା ସହିତ ଡେମୋ କ୍ଲାସ, ରାଜ୍ୟ ସ୍ତରୀୟ ଉପଲବ୍ଧି ସର୍ବେକ୍ଷଣ , ଜାତୀୟ ଉପଲବ୍ଧି ସର୍ବେକ୍ଷଣ ପାଇଁ ପ୍ରଧାନ ଶିକ୍ଷକ ଓ ଶିଷୟିତ୍ରୀମାନଙ୍କ ଭୂମିକା, ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ (ଏଫ୍, ଏଲ, ଏନ୍), ଜ୍ଞାନର ମାନନିର୍ଦ୍ଧାରଣ ଟ୍ରାକର ପୂରଣ କରିବା,ସାଇବର ସିକୁରିଟି ଓ ମୋ ସ୍କୁଲ ୱଏବ ପୋର୍ଟାଲ ସମ୍ବନ୍ଧରେ ଚଳିତ ଶିକ୍ଷା ବର୍ଷର ଦୂତୀୟ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହେବା ସହିତ ସ୍କୁଲକୁ ଆସିଥିବା ବିଭିନ୍ନ ଅନୁଦାନ ରାଶିର ସଠିକ୍ ବିନିଯୋଗ ଆଦି ବିଷୟରେ ଆଲୋଚନା ହୋଇଥିଲା।ବୈଠକରେ ଉକ୍ତ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସମେତ କ୍ଲୁଷ୍ଟର ଅନ୍ତର୍ଗତ ୧୧ଟି ଉଚ୍ଚ ପ୍ରାଥମିକ ଓ ପ୍ରାଥମିକ ବିଦ୍ୟାଲୟ ର ପ୍ରଧାନ ଶିକ୍ଷକ ଓ ଶିକ୍ଷୟତ୍ରୀ ଓ ସହକାରୀ ଶିକ୍ଷକ ଓ ଶି୍ଷୟିତ୍ରୀମାନେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।ଏଥିରେ କଳାହାଣ୍ଡି ଭବାନୀପାଟଣା ସ୍ଥିତ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ର ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ଅଚ୍ୟୁତାନନ୍ଦ ମଲ୍ଲିକ ଉପସ୍ଥିତ ରହି ଆଲୋଚନା ରେ ସକ୍ରୀୟ ଅଂଶ ଗ୍ରହଣ କରିଥିଲେ ଓ ସମସ୍ତ କାଯ୍ୟର୍କ୍ରମ କୁ ପ୍ରଯ୍ୟବେକ୍ଷଣ କରିବା ସହିତ ଏଫ୍, ଏଲ, ଏନ୍, ଗ୍ରେଡ କୁ ଅଧିକ ଗୁରୁତ୍ଵ ଦେବା ସହିତ କ୍ଲଷ୍ଟର ର ସମସ୍ତ ବିଦ୍ୟାଳୟରେ ଯାଦୁପେଡ଼ି କରିବା ଓ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ (ଏଫ୍, ଏଲ,ଏନ୍) ଜ୍ଞାନର ମାନନିର୍ଦ୍ଧାରଣ ଟ୍ରାକର ପୂରଣ କରିବା ଆଦି ବିଷୟରେ ଆଲୋଚନା କରିଥିଲେ ଓ ଶେଷରେ ସି, ଆର୍, ସି, ସି ତୁଲାରାମ ସାହୁ ସମସ୍ତଙ୍କୁ ଆଗାମୀ ମାସର ବୈଠକର ସ୍ଥାନ ସମ୍ପର୍କରେ ସୂଚନା ଦେଇ ଧନ୍ୟବାଦ ଅର୍ପଣ କରିଥିଲେ।

Comments (0)
Add Comment