ଗୋଲାମୁଣ୍ଡା, ପେଟ୍ରୋଲ, ଡିଜେଲ ଓ ଗ୍ୟାସ ଦରବୃଦ୍ଧିକୁ ନେଇ କଂଗ୍ରେସ ତରଫରୁ ବିକ୍ଷୋଭ ପ୍ରଦର୍ଶନ

କଳାହାଣ୍ଡି (କୋଶଲ ନ୍ୟୁଜ) କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ କେଗାଁ ପେଟ୍ରୋଲ ଟାଙ୍କି ସମ୍ମୁଖରେ ଆଜି କଂଗ୍ରେସଦଳ ପକ୍ଷରୁ ପେଟ୍ରୋଲ, ଡିଜେଲ, ଗ୍ୟାସ ଓ ଖାଇବା ତେଲ ଦରବୃଦ୍ଧିକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳୁଛି ! ଦରବୃଦ୍ଧି ଯୋଗୁଁ ଗରିବଲୋକମାନେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି ! ବର୍ତ୍ତମାନ ଦେଖିଲାବେଳକୁ କରୋନା ପାଈଁ ଲକ ଡାଉନ ସଟଡାଉନ ଚାଲିଛି ଲୋକେ ଘରେ ହତବାନ୍ଧି ବସିଛନ୍ତି ! ରୋଜଗାର ପନ୍ଥା କାହାପାଖରେ ନାହିଁ !ଏହିପରିସ୍ଥିତିରେ ଦରବୃଦ୍ଧି ହେବା ହେତୁ ଲୋକଙ୍କ ମେରୁଦଣ୍ଡ ଭାଙ୍ଗିଯାଇଛି ! ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ରସରକାର ତୈଳ ଦରହ୍ରାସ କରିବା ପାଈଁ ଭାରତୀୟ ଜାତୀୟକଂଗ୍ରେସ ଦଳ ପକ୍ଷରୁ ଦାବିହେଉଛି।

Comments (0)
Add Comment