DDU-GKY ତରଫରୁ ଏକ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇ ଯାଇଛି

କୋଶଲ ନ୍ୟୁଜ୍ ବ୍ୟୁରୋ : କଳାହାଣ୍ଡି ଜିଲ୍ଲା କୋକସରା ବ୍ଳକ ଅନ୍ତର୍ଗତ ଖୁଣ୍ଟିଆ ଗ୍ରାମପଞ୍ଚାୟତ ରେ ସରପଞ୍ଚ ଧର୍ମବ୍ରତ ପଣ୍ଡା ଙ୍କ ପ୍ରଚେଷ୍ଟାରେ ଏକ ବେକାରୀ ଯୁବକ ଯୁବତୀ ମାନଙ୍କ ପାଇଁ ଏକ DDU-GKY ତରଫରୁ ଏକ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଥିଲା।ଏଥିରେ OLM ସୁରେଶ କୁମାର ରାଉତ ଯୋଗ ଦେଇ ପିଲାମାନେ କିପରି ନିଯୁକ୍ତି ପାଇବେ ଓ ଟ୍ରେନିଂ କିପରି ନେବେ ସେ ବିଷୟରେ ଆଲୋଚନା କରିଥିଲେ।ଏଥିରେ ୮୦ ଟି ଟ୍ରେଡ ରହିଛି।ଯେଉଁମାନେ ଯେଉଁ ଟ୍ରେଡ ପାଇଁ ଇଛୁକ ସେହି ଟ୍ରେଡରେ କାମ କରିପାରିବେ ବୋଲି କହିଥିଲେ।ଏଥିରେ ପଞ୍ଚାୟତ PEO ଓ ପଞ୍ଚାୟତ ସମସ୍ତ କାର୍ଯ୍ୟକର୍ତ୍ତା ସହ ପଞ୍ଚାୟତର ସମସ୍ତ ବେକାରୀ ଯୁବକ ଯୁବତୀ ଯୋଗ ଦେଇଥିଲେ।
Comments (0)
Add Comment