ଦୁଇ ଦାଦନ ଶ୍ରମିକଙ୍କ ମୃତ୍ଯୁ,ଗାଁକୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ

କୋଶଲ ନ୍ୟୁଜ୍ ବ୍ୟୁରୋ : କଳାହାଣ୍ଡି: ଗାଁକୁ ଫେରିଲା ଦୁଇ ଦାଦନ ଶ୍ରମିକଙ୍କ ମୃତ ଦେହ I ଶୋକାକୂଳ ପରିବେଶ ରେ ସମ୍ପର୍ଣ୍ଣ ହେଲା ଶେଷକୃତ୍ଯ I ଗୋଟିଏ ଜୁଇରେ ଜଳିଲା ଦୁଇଟି ଶବ I ଏପରି ଏକ ଦୂଖଦପୂର୍ଣ୍ଣ ଖବରଟି ଆସିଛି କଳାହାଣ୍ଡି ଜିଲ୍ଲା ଥୁଆମୁଲ ରାମପୁର୍ ବ୍ଲକ୍ ଗୋପିନାଥପୁର୍ ପଞ୍ଚାୟତ ସ୍ଥିତ ନିରଗୁନିପଡା ଗାଁରୁ I 
ଏହି ଗାଁର ଦୁଇ ଅବିବାହିତ ଆଦିବାସୀ ଯୁବକ ହେଉଛନ୍ତି ୨୩ ବର୍ଷିୟ ମନୋହର ମାଝୀ ଏବଂ ୨୦ ବର୍ଷିୟ ଉପେନ୍ଦ୍ର ମାଝୀ I ଉଭୟ ଆନ୍ଦ୍ରପ୍ରଦେଶ ରାଜ୍ଯ ହାଇଦ୍ରାବାଦ ସ୍ଥିତ କୁମ୍ପୁଲି ରେ ଥିବା ଫେୟାର ଫିଲ୍ଡ୍ ନାମକ ଏକ ଘରୋଇ କନଷ୍ଟ୍ରକ୍ସନ୍ କମ୍ପାନୀରେ କାମ କରୁଥିବା ସମୟରେ ଏକ ଦୂର୍ଘଟଣା ର ଶିକାର ହୋଇଥିଲେ I ଦୁହିଁଙ୍କ ଉପରେ ଓଲଟି ପଡିଥିଲା ଲୁହାଛଡ୍ ବୋଝେଇ ଟ୍ରଲି I ଘଟଣା ସ୍ଥଳରେ ହିଁ ଦୁହିଁଙ୍କ ମୃତ୍ଯୁ ହୋଇଥିଲା I ତେବେ ମଙ୍ଗଳବାର ଦିନ ଦୂର୍ଘଟଣା ପରେ ସେଠାରେ ପହଞ୍ଚି ଥିଲେ ପରିବାର ଲୋକେ I ଗୁରୁବାର ଦିନ ସ୍ଥାନୀୟ ଗାନ୍ଧି ହସ୍ପିଟାଲ୍ ରେ ସେମାନଙ୍କ ଶବ ବ୍ଯବଚ୍ଛେଦ୍ କରାଯାଇଥିଲା I 
ପରେ ପରିବାର ଲୋକଙ୍କୁ ହସ୍ତାନ୍ତର ପରେ ସୁକ୍ରବାର ଦିନ ବିଳମ୍ବିତ ରାତ୍ରୀରେ ଏକ ଆମ୍ବୁଲାନ୍ସ୍ ଯୋଗେ ଗାଁକୁ ଆସିଥିଲା ମୃତଦେହ I ଆଜି ସକାଳୁ ଗ୍ରାମବାସୀ ଏବଂ ସମ୍ପର୍କିୟ ଙ୍କୁ ନେଇ ଶୋକାକୂଳ ପରିବେଶ ରେ ଗୋଟିଏ ଜୁଇରେ ଦୁଇଟି ଶବ ଦାହ କରି ଶେଷକୃତ୍ଯ ସମ୍ପର୍ଣ୍ଣ କରାଯାଇଛି I
Comments (0)
Add Comment