ଦଲାଲଙ୍କ ୨ ହଜାର ୧ ଶହ ୨୨ ପ୍ଯାକେଟ୍ ଧାନ ଜବତ କଲା ଜିଲ୍ଲା ପ୍ରଶାସନ

କୋଶଲ ନ୍ୟୁଜ୍ ବ୍ୟୁରୋ : କଳାହାଣ୍ଡି ଜିଲ୍ଲା ଜୟପାଟଣା ବଡ ପୂଝାରୀଗୁଡା ମଣ୍ଡିରୁ ଦଲାଲଙ୍କ ୨ ହଜାର ୧ ଶହ ୨୨ ପ୍ଯାକେଟ୍ ଧାନ ଜବତ କଲା ଜିଲ୍ଲା ପ୍ରଶାସନ I

୨୦ ଜଣ ଦଲାଲ ଧାନ ବିକ୍ରି ପାଇଁ ଧାନ ଗଚ୍ଛିତ ରଖିଥିବା ଏବଂ ବିନା ଟୋକନ୍ ରେ ଧାନ ବିକ୍ରୟ ହେଉଥିବା ଖବର ପାଇ ଧର୍ମଗଡ୍ ଉପ-ଜିଲ୍ଲାପାଳ ଏକ ଟିମ୍ ଗଠନ କରି ଦଲାଲ ଙ୍କ ଧାନକୁ ଚଢାଉ କରି ଜବତ କରିଥିଲେ I ଏନେଇ ଦଲାଲ ନିଜ ଧାନ ବୋଲି ଦାବି କରୁଥିବା ବେଲେ ସଠିକ ତଥ୍ଯ ଦେଇ ପାରି ନଥିଲେ ଦଲାଲ୍ I

Comments (0)
Add Comment