ଖରାଦିନେ ପାନୀୟ ଜଳ ପାଇଁ ହନ୍ତସନ୍ତ କାନକୁଟରୁ ଖରସେଲ ପଡା ବାସୀ

ଓଭର ହେଡ ଟ୍ୟାଙ୍କ ଥାଇ ମଧ୍ୟ ପାନୀୟ ଜଳ ପାଇଁ ହନ୍ତ ସନ୍ତ ହେଉଛନ୍ତି ଗ୍ରାମବାସୀ ! ଏମିତି ସମସ୍ୟା ଘେରରେ ପଡ଼ି ରହିଥିବା ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ କାନକୁଟରୁ ଗ୍ରାମପଞ୍ଚାୟତ, କାନକୁଟରୁ ଗ୍ରାମର ଖରସେଲ ପଡ଼ା ଠାରେ ! ଆଜ୍ଞା ଆପଣ ମାନେ ଦେଖୁଛନ୍ତି ଏହି ଦୃଶ୍ୟ ହେଉଛି କାନକୁଟରୁ ଗ୍ରାମର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଥିବା ଖରସେଲ ପଡ଼ାର ! ଓଭର ହେଡ ଟ୍ୟାଙ୍କ ନିର୍ମାଣ କରାଯାଇଛି ହେଲେ କିଛି ମାସ ଠିକ ଭାବେ ଚାଲିବା ପରେ ଏବେ ପାନୀୟ ଜଳ ପ୍ରକଳ୍ପ ଅଚଳ ହୋଇ ପଡ଼ିଛି ! ଏବଂ ଉକ୍ତ ପଡ଼ାରେ ୨୨ ଘର ପରିବାରର ହାରାହାରି ୧୦୦ ରୁ ଉର୍ଦ୍ଧ ଲୋକ ବସବାସ କରୁଥିବା ବେଳେ ଗୋଟାଏ ମାତ୍ର ନଳକୂପ ଦିଆଯାଇଛି.ତାହାପୁଣି ବର୍ଷ ବର୍ଷ ଧରି ଅଚଳ ଅବସ୍ଥାରେ ପଡ଼ିରହିଛି ! ଯାହାଫଳରେ ଗାଁର ମହିଳାମାନେ ଗାଁରେ ଥିବା ପରିତ୍ୟକ୍ତ କୂଅ ର ଗୋଳିଆ ଏବଂ ଦୂଷିତ ଜଳକୁ ସଂଗ୍ରହ କରିବାକୁ ବାଧ୍ୟ ହେଉଛନ୍ତି ! ଅପରପକ୍ଷେ ନଳକୂପକୁ ତୁରନ୍ତ ସଜାଡ଼ି ଦିଆଯାଉ ନହେଲେ ଗୋଟିଏ ନୂତନ ନଳକୂପ ଦିଆଯାଉ ବୋଲି ପଞ୍ଚାୟତ ପ୍ରତିନିଧି ତଥା PEO ଙ୍କୁ ବାରମ୍ବାର ଲିଖିତ ଅଭିଯୋଗକରି ଆସୁଛନ୍ତି ! ହେଲେ PEO ମହାଶୟ ଟିକିଏ ହେଲେ କର୍ଣ୍ଣପାତ କରୁନାହାଁନ୍ତି ବୋଲି ଗ୍ରାମବାସୀ କହିଛନ୍ତି !
ଏବେ ଏହିଭଳି ଟାଣ ଖରାରେ ବହୁ ସମସ୍ୟାର ସମ୍ମୁଖୀନ ହେଉଅଛୁ ତେଣୁ ଦୟାକରି ଆମକୁ ଏକ ନଳକୂପ ଗୋଟେ ତୁରନ୍ତ ଦିଆଯାଉ ବୋଲି ଖରସେଲ ପଡ଼ାର ଲୋକେ ଦାବି କରିଛନ୍ତି !ଏବେ ଦେଖିବାକୁ ପ୍ରଶାସନ କେବେ ନିଦ ଭାଙ୍ଗୁଛି।।

Comments (0)
Add Comment