ସହିଦ ହୋଇଥିବା ଯୱାନ ମାନଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

କୋଶଲ ନ୍ୟୁଜ୍ ବ୍ୟୁରୋ : କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଜୋରାଡବରା ପଂଚାୟତ କୁସୁର୍ଲା ଗ୍ରାମ କଳାରୁଦ୍ର ଯୁବକ ସଂଘ ଙ୍କ ନେତୃତ୍ୱ ରେ ହଜାରୀ ପଡାଠାରେ ପୁଲୱାମା ରେ ସହିଦ ହୋଇଥିବା ବୀର ଯବାନ ଙ୍କ ଫୋଟୋ ରେ ଫୁଲମାଳ ଦେଇ ଏକ ରାଲି ହଜାରୀପଡା ରୁ କଲେଜ ଛକ ପର୍ଯ୍ୟନ୍ତ ସ୍ଲୋଗାନ ଦେଇ ପଦ ଯାତ୍ରା କରିଥିଲେ ଏବଂ ସହିଦ ଆତ୍ମାର ସଦଗତି କାମନା କରିଥିଲେ !ଉକ୍ତ କାର୍ଯ୍ୟକ୍ରମ ରେ ବୀର ଯବାନ ମାନଙ୍କ ସାହାସିକତା ଓ ଦେଶପାଇଁ କିପରି ନିଷ୍ଠାପର ଭାବେ କାର୍ଯ୍ୟ କରୁଛନ୍ତି ସେବିଷୟରେ ସଂଘ ସଭାପତି ସନତ ସାହୁ ବୁଝାଇଥିଲେ !

କାର୍ଯ୍ୟକ୍ରମ ରେ ସଂଘ ସମ୍ପାଦକ ସଂଜୀବ ସାହୁ, ରେଶବ,ତୁଷ୍ମନ୍ତ, ପିଣ୍ଟୁ, ଅର, ଡୋଳା, ଲଳିତ, ଭଗତ, ଯଂଜ୍ଞ, ରଞ୍ଜୁ, ପୁଷ୍ପାଞ୍ଜଳି, ଦୋଳେନ୍ଦ୍ରି ଙ୍କ ସମେତ ଗ୍ରାମବାସୀ ଉପସ୍ଥିତ ଥିଲେ!!

Comments (0)
Add Comment