ପରୀକ୍ଷା ବାତିଲ ପାଇଁ କଳାହାଣ୍ଡି ବିଶ୍ଵବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

କଳାହାଣ୍ଡି ବିଶ୍ୱବିଦ୍ୟାଳୟର ଯୁକ୍ତ ତିନି ପରୀକ୍ଷା ବାତିଲ ପାଇଁ ଛାତ୍ରଛାତ୍ରୀଙ୍କ ଦାବୀ । ସିଲାବସ ଅନୁଯାୟୀ କୋର୍ସ ଶେଷ ହୋଇ ନ ଥିବା ବେଳେ ରାଜ୍ୟରେ କରୋନା ସଂକ୍ରମଣ ବଢୁଛି । ପରୀକ୍ଷା ବାତିଲ ଦାବୀରେ କଳାହାଣ୍ଡି ବିଶ୍ଵବିଦ୍ୟାଳୟ ଛାତ୍ରଛାତ୍ରୀ ବିକ୍ଷୋଭ କରୁଛନ୍ତି ।କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାରେ ଥିବା କଳାହାଣ୍ଡି ବିଶ୍ୱବିଦ୍ୟାଳୟରେ ଛାତ୍ର ଅସନ୍ତୋଷ ଦେଖା ଦେଇଛି । ପରୀକ୍ଷା ଧାର୍ଯ୍ୟ ସମୟ ଘୁଞ୍ଚାଇବାକୁ ଦାବୀ କରି ଆଜି ଶହ ଶହ ପିଲା ବିଶ୍ଵବିଦ୍ୟାଳୟ ସମ୍ମୁଖରେ ବସି ବିକ୍ଷୋଭ କରିଛନ୍ତି । ଆସନ୍ତା ଏପ୍ରିଲ 19 ତାରିଖ ଠାରୁ ତୃତୀୟ ସେମିଷ୍ଟାର ପରୀକ୍ଷା ପାଇଁ ନୋଟିସ ଜାରି ହୋଇଛି । କରୋନା ସଂକ୍ରମିତ ଆଶଙ୍କାରେ ହଷ୍ଟେଲ ଛାତ୍ରଛାତ୍ରୀ ରହି ପରୀକ୍ଷା ଦେବାକୁ ପୁନଃ ସମୀକ୍ଷା ପାଇଁ ଲିଖିତ ନିବେଦନ ଜଣାଇଛନ୍ତି । କୋଭିଡ କଟକଣା ମଧ୍ୟରେ ଶିକ୍ଷା ଦାନ ବାଧାପ୍ରାପ୍ତ ହୋଇଥିବା ବେଳେ କରୋନା ସଂକ୍ରମଣ ଭୟ ରହିଛି ।

Comments (0)
Add Comment