ଉପର ଇନ୍ଦ୍ରାବତୀ ଜଳବିଦ୍ୟୁତ ପ୍ରକଳ୍ପ ରେ ନିଆଁ

କଳାହାଣ୍ଡି (୦୬/୦୩/୨୦୨୧) କଳାହାଣ୍ଡି ଜିଲ୍ଲା ଉପର ଇନ୍ଦ୍ରାବତୀ ଜଳବିଦ୍ୟୁତ ପ୍ରକଳ୍ପ ର ଜିଏମ କାର୍ଯ୍ୟାଳୟ ରେ ନିଆଁ ଲାଗି ଅନେକ କାଗଜପତ୍ର ଜଳି ଯାଇଥିବା ଦେଖିବାକୁ ମିଳିଛି।ନିଆଁ ଲାଗିଥିବା ର କାରଣ ଅସ୍ପଷ୍ଟ ଥିବା ବେଳେ କାର୍ଯ୍ୟାଳୟ ର କୋଣସି ପଦାଧିକାରୀ ଗଣମାଧ୍ୟମ ରେ ପ୍ରତିକ୍ରିୟା ଦେବାପାଇଁ ମନା କରିବା ସନ୍ଧେହ ସୃଷ୍ଟି କରିଛି।କିନ୍ତୁ ବିଶେଷ ସୂତ୍ରରୁ ଅନୁମାନ କରାଯାଉଛି କି କିଛି କାଗଜପତ୍ର ନିଷ୍ଟ କରିବା ପାଇଁ ଏପରି କରାଯାଇଥାଇପାରେ।ନିଆଁ ଲାଗିବା ପରେ ମା ତାରିଣୀ ସିକ୍ୟୁରିଟି ସଂସ୍ଥାର ଗାର୍ଡ ନିଆଁ କୁ ଦେଖି ଲିଭାଇବା ଉଦ୍ୟମ କରିଥିଲେ।କିନ୍ତୁ ବିଫଳ ହେବା ପରେ ଜୟପାଟଣା ଅଗ୍ନିଶମ ବିଭାଗ କୁ ଜଣାଇଥିଲେ।

ପରେ ଘଟଣା ସ୍ଥଳରେ ଦମକଳ ବାହିନୀ ପହଂଚି ନିଆଁ କୁ ଆୟତ୍ତ କରିଥିଲେ।କିନ୍ତୁ ପ୍ରତ୍ୟକ୍ଷ ଦର୍ଶୀ କହିବା ଅନୁସାରେ ପ୍ରକଳ୍ପର ସଫେଇ କର୍ମଚାରୀ ମାନେ ତା ପୂର୍ବ ଦିନ ଅଫିସ ପଛପଟେ ନିଆଁ ଲଗାଇ ସଫାସୁତୁରା କରିଥିଲେ।ଆଜି ଛୁଟି ଥିବା ଜଗୁ ସଫେଇ କର୍ମଚାରୀ ଆସିନଥିଲେ।ଯାହାଫଳରେ ନିଆଁ ଲାଗି ଅଫିସର ପ୍ରଥମ ରେ ଝରକା ପୋଡିବା ସହିତ ସମ୍ପୁର୍ଣ୍ଣ ଭାବେ ଘରେ ନିଆଁ ଲାଗିଥିଲା।ସେ କୋଠରୀ ର ସମସ୍ତ କାଗଜପତ୍ର ସହ ଆସବାବପତ୍ର ପୋଡି ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି।।ହେଲେ ସମ୍ପୁର୍ଣ୍ଣ କାର୍ଯ୍ୟାଳୟ ରେ ଅଗ୍ନି ନିରାପତ୍ତା ନାହିଁ, ଯାହା ଚର୍ଚ୍ଚାର ବିଷୟ ପାଲଟିଛି।ଏତେ ବଡ କାର୍ଯ୍ୟାଳୟ ରେ ଦିନ ଦୀପହରେ ଯଦି ନିଆଁ ଲାଗୁଛି, ତେବେ ସେଠାକାର ସୁରକ୍ଷା ବ୍ୟବସ୍ଥା କଣ ଥିବ ତାହା ବାରି ହୋଇ ପଡ଼ୁଛି।।

Comments (0)
Add Comment