ପ୍ରଥମ ଓଡ଼ିଆ ବିଶ୍ଵ ସମ୍ମିଳନୀ 2024, ମଥୁରା ରାଧାକୃଷ୍ଣ ହାଇସ୍କୁଲରେ ଭାଷା ହିଁ ଭବିଷ୍ୟତ କାର୍ଯ୍ୟକ୍ରମ

ଜୁନାଗଡ଼,(କୋଶଲ ନ୍ୟୁଜ):କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ମଥୁରା ରାଧାକୃଷ୍ଣ ହାଇସ୍କୁଲରେ ପ୍ରଥମ ଓଡ଼ିଆ ବିଶ୍ଵ ସମ୍ମିଳନୀ 2024 କୁ ନେଇ ଭାଷା ହିଁ ଭବିଷ୍ୟତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ପ୍ରଧାନ ଶିକ୍ଷୟତ୍ରି ପଙ୍କଜିନି ପୁରୋହିତଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବିଇଓ ତପନ ମାଝୀ, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ବିଇଓ ସୁଶାନ୍ତ ଠାକୁର, କୁଳମଣୀ ମାଝୀ, ଶକ୍ତି ମେହେର,ସରୋଜ ପଣ୍ଡା, ସନ୍ତୋଷ ସିଂ ଦେଓ, ପ୍ରମୁଖ ଉପସ୍ଥିତ ଥିଲେ। ରାଜ୍ୟ ସ୍ତରରେ ବିଭିନ୍ନ ବିଭାଗରେ ପୁରସ୍କୃତ ହୋଇଥିବା ଆଲୁମ୍ନି ସଭାପତି ସନ୍ତୋଷ ସିଂ ଦେଓ, ଶିକ୍ଷକ ସରୋଜ ପଣ୍ଡା, ଶକ୍ତି ମେହେର, ଅନନ୍ତ ଆଟି, ଶିକ୍ଷୟତ୍ରୀ ଅନିତା କୁମାରୀ ସାହୁ ପ୍ରମୁଖଙ୍କ ସମ୍ମର୍ଧିଟ କରାଯାଇ ଥିଲା। ମଞ୍ଚ ପରିଚାଳନା କରିଥିଲେ ସୂର୍ଯୟନାରାୟଣ ଠାକୁର। ଆଜିର ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ଅନେକ ଶିକ୍ଷାପ୍ରେମୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

Comments (0)
Add Comment