ଖାଦ୍ୟ ଯୋଗାଣ ବିଭାଗ ତାଲିକାରେ ନାମ ଅନ୍ତର୍ଭୁକ୍ତ ଥାଇ ମଧ୍ୟ ରେସନ ସାମଗ୍ରୀ ପାଇବାରୁ ବଞ୍ଚିତ

କଳାହାଣ୍ଡି(କୋଶଲ ନ୍ୟୁଜ) କେନ୍ଦ୍ର ଓ ରାଜ୍ୟ ସରକାର ଗରୀବ ଲୋକଙ୍କ ଜୀବନ ଧାରଣା ପାଇଁ ଖାଉଟି କଲ୍ୟାଣ ଯୋଜନାକୁ କୋଟି କୋଟି ଟଙ୍କା ଦେଉଛନ୍ତି ! ହେଲେ ସରକାରୀ କର୍ମଚାରୀମାନଙ୍କ ଅବହେଳାରୁ ନିରୀହ ଗରିବଲୋକମାନେ ଖାଉଟି ସାମଗ୍ରୀ ପାଇବାରୁ ବଞ୍ଚିତ ଅଛନ୍ତି ! ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଦଶପୁର ପଞ୍ଚାୟତରେ ! ପ୍ରକାଶ ଥାଉକି ଦଶପୁରଗ୍ରାମର ଲତା ଗଉଡ଼ ସ୍ୱାମୀ ବନମାଳୀ ଗଉଡ଼ ଏକ ନିରୀହ ଗରୀବ ପରିବାର, ପରିବାର ବଇଲେ ସ୍ୱାମୀ ସ୍ତ୍ରୀ ଦୁହେଁ ପୁଅ ଝିଅ ନାହିଁ, କୁଳିମଜୁରିଆ ଭାବରେ ପେଟ ପୋଷିବା ପାଇଁ ନିର୍ଭରଶୀଳ,ଦୀର୍ଘଦିନଧରି ଖାଦ୍ୟଯୋଗାଣ ବିଭାଗ ତାଲିକାରେ ନାମଭୁକ୍ତ ଥାଇ ବି କାହିଁକି ରେସନ ସାମଗ୍ରୀ ପାଉନାହାନ୍ତି ! କଣ ପାଈଁ ଯୋଗାଣସହାୟକ ଦେଉନାହାନ୍ତି ! ବାଟମାରଣ କରିବା ଲକ୍ଷ୍ୟନେଇ ଦେଉନାହାନ୍ତି କି ? ଆମେ ଫୋନ ଯୋଗେ ପି ଇ ଓ ଭୀଷ୍ମ ମେହେରଙ୍କୁ ଯୋଗାଯୋଗ କଲାପରେ ତଦନ୍ତ କଲାପରେ ଜଣାପଡିବ ବୋଲି କହିଥିଲେ । ବର୍ତ୍ତମାନ କରୋନା ପାଇଁ ଲକଡାଉନ, ସର୍ଟ ଡାଉନ ଗରୀବଲୋକେ କାମଧନ୍ଦା ନପାଇ ହା ହତାଶହୋଇ ବସିଛନ୍ତି !ଏପରି ସ୍ଥିତିରେ କେମିତି ଜୀବନଜୀବିକା କଟାଉଛନ୍ତି ସେମାନେ ନିଜେ ହିଁ ଉପଲବ୍ଧ କରିପାରିବେ ! ଏଥିପ୍ରତି ବ୍ଲକପ୍ରଶାସନ ଦୃଷ୍ଟିଦେଇ ରେସନ ସାମଗ୍ରୀ କେଉଁଠାରୁ ପାଇନାହିଁ ତାହା ତଦନ୍ତକରି ଶୀଘ୍ର ସେହି ମାସରୁ ଯୋଗାଇଦେବାପାଇଁ ଏବଂ କାହିଁକି ନିରୀହ ଗରିବଙ୍କ ପ୍ରତି ଅନ୍ୟାୟ ହୋଇଛି ତାହାର ପ୍ରକୁତ ତଦନ୍ତ କରି ବିହିତ ପଦକ୍ଷେପ ଗ୍ରହଣ କରିବା ପାଇଁସାଧାରଣରେ ଦାବି ହେଉଛି।

Comments (0)
Add Comment