ନିଜର ଜନ୍ମଦିନ ରେ ରକ୍ତଦାନ କରି ଜୀବନ ବଞ୍ଚାଇଲେ ହିମାଂଶୁ

କଳାହାଣ୍ଡି (କୋଶଲ ନ୍ୟୁଜ୍) ସାରା ଦୁନିଆରେ କରୋନା ର ପ୍ରକୋପ ଯୋଗୁଁ ସବୁ ରକ୍ତଭଣ୍ଡାର ରେ ରକ୍ତ ର ଅଭାବ ତଥା ରୋଗୀଙ୍କୁ ରକ୍ତ ନ ମିଳିବାରୁ ମୃତୁ ବରଣ କରୁଛନ୍ତି. ଏହି ସମୟରେ ଡକ୍ଟର ହିମାଂଶୁ ଶେଖର ସିଂ ନିଜର ଜନ୍ମଦିନ ରେ ଭବାନୀପାଟଣା ମୁଖ୍ୟ ଡାକ୍ତରଖାନା ରେ ଜଣେ ରୋଗୀଙ୍କୁ ରକ୍ତଦାନ କରି ଜୀବନ ବଞ୍ଚାଇଛନ୍ତି. ସେ ତାଙ୍କ ଅଂଚଳରେ ଯାହାକୁ କରୋନା ହେଲେ ମୋବଇଲ ମାଧ୍ୟମରେ କଥା ହେଇକି ରୋଗୀଙ୍କୁ ପ୍ରାଥମିକ ଚିକିତ୍ସା କରୁଥିବା ଶୁଣିବାକୁ ମିଳିଛି. ନିଜର ଜନ୍ମଦିନରେ ରକ୍ତଦାନ କରି ଜଣେ ରୋଗୀଙ୍କୁ ନୂଆ ଜୀବନ ଦେଇଥିବାରୁ ତାଙ୍କୁ ବେଲଖଣ୍ଡି ଅଂଚଳର ସମାଜସେବୀ ମାନେ ଧନ୍ୟବାଦ ସହିତ ଜନ୍ମଦିନର ଶୁଭେଚ୍ଛା ଜଣେଇଛନ୍ତି

Comments (0)
Add Comment