ମାନବ ପ୍ରେମୀ ବ୍ରିଜ ଲାଲ୍ ନାଏକ

କଳାହାଣ୍ଡି (କୋଶଲ ନ୍ୟୁଜ୍) କଳାହାଣ୍ଡି ଜିଲ୍ଲା, ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ପର୍ଲା ଗ୍ରାମର ବାସିନ୍ଦା ବ୍ରିଜ ଲାଲ୍ ନାଏକ ଜଣେ ଶାନ୍ତ, ସରଳ, ପରୋପକାରୀ ମଣିଷ ଭାବରେ ଅଞ୍ଚଳରେ ବେଶ୍ ଜଣାଶୁଣା । ସାରା ବିଶ୍ବକୁ କରୋନା ମହାମାରୀ କାୟା ବିସ୍ତାର କରିଥିବାବେଳେ ଏପରି ଏକ ବିପଦଜନକ ପରିସ୍ଥିତିରେ ସମାଜ ପ୍ରେମୀ ତଥା ମାନବ ପ୍ରେମୀ ବ୍ରିଜ ଲାଲ୍ ନିଜସ୍ଵ ଉଦ୍ୟମରେ ଦଣ୍ଡପାଟ ଅଞ୍ଚଳର ସମସ୍ତ ଗ୍ରାମକୁ ସାନିଟାଇଜ କରାଇଥିଲେ।ପୁଣି ଅଜଣା ରୋଗରେ ପୀଡିତ ଲଛିପୁର ଗ୍ରାମର ବେଲ କଣ୍ଠ ଗୋପାଳ,ସେମଲା ଗ୍ରାମର ପକ୍ଷାଘାତ ରୋଗୀ ଜାମ୍ବବତି ସୁନାନୀ ଏହିପରି ଅନେକ ରୋଗରେ ପୀଡିତ ଗରିବ ଲୋକ ମାନଙ୍କୁ ଚିକିତ୍ସା ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ କରି, ଗରୀବ ବିଧବା ମହିଳା ମାନଙ୍କୁ ଆର୍ଥିକ ସହଯୋଗ କରି ଅଞ୍ଚଳରେ ଜଣେ ମାନବ ପ୍ରେମୀ, ଗରିବ ଲୋକଙ୍କ ଦରଦୀ ବନ୍ଧୁ ଭାବରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ତାଙ୍କର ଏପରି ଏକ ମହତ୍ କାର୍ଯ୍ୟ ପାଇଁ ଅଞ୍ଚଳରେ ତାଙ୍କ ପ୍ରତି ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି |

Comments (0)
Add Comment