ଲାଞ୍ଜିଗଡ଼ କଂଗ୍ରେସର ବାଇକ ରାଲି ସହିତ ମିଶ୍ରଣ ପର୍ବ, ବିଜେଡ଼ି ଓ ବିଜେପି ଦଳରୁ ଯୋଗଦେଲେ ଶତାଧିକ କର୍ମୀ

ଲାଞ୍ଜିଗଡ଼,(କୋଶଲ ନ୍ୟୁଜ୍):ସାରା ରାଜ୍ୟରେ ନିର୍ବାଚନୀ ତାତି ବୃଦ୍ଧି ପାଉଥିବାବେଳେ ଆଜି ଲାଞ୍ଜିଗଡ଼ କଂଗ୍ରେସ ପକ୍ଷରୁ ବାଇକ ରାଲି ମାଧ୍ୟମରେ ବନାମ ଆଶୀର୍ବାଦ ଭିକ୍ଷା କରିଛନ୍ତି। ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ପେଙ୍ଗସୁର ଠାରୁ ବିଜେପୁର ଓ ବିଜେପୁର ଠାରୁ ମାଳିଯୁବାଙ୍ଗ ପର୍ଯ୍ୟନ୍ତ ବାଇକରାଲି କରି ଆଶୀର୍ବାଦ ଭିକ୍ଷା କରିଥିଲେ । ଆଠ ଗୋଟି ପଞ୍ଚାୟତର ଜନସାଧାରଣଙ୍କ ସହ ସାକ୍ଷାତ କରି ଆଶୀର୍ବାଦ ଭିକ୍ଷା କରିଥିଲେ ଲାଞ୍ଜିଗଡ଼ କଂଗ୍ରେସ ବିଧାୟକ ପ୍ରାର୍ଥୀ ବଳଭଦ୍ର ମାଝୀ ଓ କଳାହାଣ୍ଡି ସାଂସଦ ପ୍ରାର୍ଥୀନୀ ଦ୍ରୌପଦୀ ମାଝୀ, ଭାରତ ଭୂଷଣ ବେମାଲ ଜିଲ୍ଲା ସଭାପତି ସମସ୍ୟା ସମ୍ପର୍କରେ ବୁଝିଥିଲେ। ନିର୍ବାଚନ ପରେ ସମସ୍ୟାର ସମାଧାନ କରିବେ ବୋଲି ପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ସଭାପତି ବିଜୟ ନାଏକ,କଂଗ୍ରେସ ଯୁବ ସଭାପତି ଲାଞ୍ଜିଗଡ଼ ଭୀମସେନ ନାଏକ, ଇଂ.ଫକୀର ମୋହନ ମାଝୀ, ଗୋବିନ୍ଦ ପ୍ରଧାନୀ, ଶିଶିର ପୁଝାରୀ, କଂଗ୍ରେସ ଯୁବନେତା ସନ୍ତୋଷ ତୁଳ, ଗୋପାଳ ଦାସ ମହାନନ୍ଦ, ଉଦ୍ଧବ ମାଝୀ,ଉଦ୍ଧବ ନାଏକ, ଗଣେଶ ବେହେରା,ଡମବୁଡ଼ା ମାଝୀ ପ୍ରମୁଖ କଂଗ୍ରେସ କର୍ମୀ ଯୋଗଦେଇଥିଲେ। ସ୍ଥାନୀୟ ଜନସାଧାରଣ ବିପୁଲ ସ୍ୱାଗତ କରିଥିବାବେଳେ କଂଗ୍ରେସର କାର୍ଯ୍ୟକଳାପକୁ ଅନୁପ୍ରାଣିତ ହୋଇ ବିଜେପି ଓ ବିଜେଡ଼ିର ଶତାଧିକ କର୍ମୀ ଯୋଗ ଦେଇଥିଲେ।

ରିପୋର୍ଟ-ମଳୟ ବେନୁଆଁ, (ରାହୁଲ୍)

Comments (0)
Add Comment