କୋଶଲ ନ୍ୟୁଜର ମହାପ୍ରଭାବ

କଳାହାଣ୍ଡି: (କୋଶଲ ନ୍ୟୁଜ) କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଳକ ଯୋରାଡ଼ବରା ପଞ୍ଚାୟତର କୁଶୁର୍ଲା ଗ୍ରାମର ମିନି କେତନ ଗୁରୁ ବାରମ୍ବାର ନିଜ ରାଶନ କାର୍ଡକୁ ସ୍ଥାନାନ୍ତରିତ କରିବା ପାଇଁ ଅଭିଯୋଗ କଲେ ମଧ୍ୟ ବ୍ଳକ ପ୍ରଶାସନ ଶୁଣୁ ନଥିଲା।ଏ ସମ୍ବନ୍ଧରେ କୋଶଲ ନ୍ୟୁଜରେ ଏକ ଖବର ପ୍ରସାରିତ ହୋଇଥିଲା ‘ରାସନ କାର୍ଡ ସ୍ଥାନାନ୍ତରିତ ପାଇଁ ବାରମ୍ବାର ଅଭିଯୋଗ କଲେ ମଧ୍ୟ ଶୁଣୁ ନାହାଁନ୍ତି କେହି ‘ ଏହି ଖବର ପ୍ରସାରଣ ପରେ ଆମ କୋଶଲ ନ୍ୟୁଜର ସବ ଏଡିଟର ପ୍ରଦୀପ କୁମାର ସିଂହ ଟୁଇଟ ଯୋଗେ ଜିଲ୍ଲାପାଳ, ବିଭାଗରେ ମନ୍ତ୍ରୀ, ବିଭାଗୀୟ କମିଶନର ଓ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କରିଥିଲେ। ଏ ସମ୍ବନ୍ଧରେ କଳାହାଣ୍ଡି ଜିଲ୍ଲାର ଜିଲ୍ଲାପାଳ ମହୋଦୟ ଆଜି ଉତ୍ତର ରଖିଛନ୍ତି ଯେ ମିନି କେତନ ଗୁରୁଙ୍କ ରାସନ କାର୍ଡ ଏମ ରାମପୁର ବ୍ଳକକୁ ସ୍ଥାନାନ୍ତରିତ ହୋଇ ଯାଇଛି।। ସେ ଟୁଇଟ ଯୋଗେ ଜିଲ୍ଲାପାଳ ମହୋଦୟଙ୍କୁ ଏହି ଅଭିଯୋଗକୁ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେଇଥିବାରୁ ଧନ୍ୟବାଦ ଜଣାଇଛନ୍ତି।।

Comments (0)
Add Comment