ବେନଗାଁ ରେ ବିଜେଡିର ମିଶ୍ରଣ ପର୍ବ, ୩୦ରୁ ଉର୍ଦ୍ଧ୍ବ ବିଜେଡ଼ିରେ ସାମିଲ

ଲାଞ୍ଜିଗଡ,(କୋଶଲ ନ୍ୟୁଜ୍):ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ନେତା ଓ କର୍ମୀଙ୍କ ଦଳ ଅଦଳବଦଳ ଦେଖିବାକୁ ମିଳୁଛି।ଏହିପରି ରବିବାର ଦିନ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବେନଗାଁ ଠାରେ ବିଜେଡ଼ିର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା।ଲାଞ୍ଜିଗଡ଼ ବିଜେଡ଼ି ସଭାପତି ହିମାଦ୍ରୀ ପେଶନିଆଙ୍କ ନେତୃତ୍ବରେ ଆଜି ଆୟୋଜିତ ଏହି ମିଶ୍ରଣ ପର୍ବରେ ବେନଗାଁ ପଞ୍ଚାୟତର ୩୦ ରୁ ଉର୍ଦ୍ଧ୍ବ କଂଗ୍ରେସ ଓ ବିଜେପି କର୍ମୀ ଦଳ ଛାଡି ବିଜେଡିରେ ସାମିଲ ହୋଇଥିଲେ।ଏହି କର୍ମୀମାନଙ୍କୁ ବିଧିବଦ୍ଧ ଭାବେ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ଦଳ ପକ୍ଷରୁ ସ୍ୱାଗତ କରାଯାଇଥିଲା।୨୦୨୪ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକ ଲୋକାଭିମୁଖୀ କାର୍ଯ୍ୟକଳାପ ଓ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀଙ୍କ ନିତୀ ଆଦର୍ଶରେ ଅଞ୍ଚଳରେ ହୋଇଥିବା ବିକାଶକୁ ନେଇ ଅଞ୍ଚଳରେ ବିଜେଡ଼ିର ଜୟଜୟକାର ହେଉଥିବା ବେଳେ ଏହି ୨୦୨୪ ସାଧାରଣ ନିର୍ବାଚନରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ପାଇଁ ପୁଣି ଥରେ ବିଧାୟକ ପାର୍ଥୀ ପାଇଁ ପ୍ରଦୀପ ଦିଶାରୀଙ୍କ ନାମ ଘୋଷଣା କରିଛନ୍ତି।ଏହାକୁ ଦୃଷ୍ଟିରେ ରଖି ବିଜେଡି କିଭଳି ନିର୍ବାଚନରେ ଏକତରଫା ବିଜୟ ଲାଭ କରିବ ସେନେଇ କର୍ମୀମାନଙ୍କ ସହିତ ଆଲୋଚନା ହୋଇଥିଲା।ଆଜିର ଏହି କାର୍ଯ୍ୟକ୍ରମରେ ଲାଞ୍ଜିଗଡ଼ ବିଧାୟକ ପ୍ରତିନିଧି ପ୍ରଦୀପ ଘଡେ଼ଇ,ଜିଲ୍ଲା ବିଜେଡ଼ି ସମ୍ପାଦକ ଜଗଦୀଶ ବେନିଆଁ,ଲାଞ୍ଜିଗଡ଼ ବିଜେଡ଼ି ଜୋନ୍-ସଭାପତି ଚନ୍ଦ୍ର ଶେଖର ମହାପାତ୍ର,ଲୋକନାଥ ମାଝୀ,ଲାଞ୍ଜିଗଡ ବ୍ଲକ ଉପାଧ୍ୟକ୍ଷ ସଞ୍ଜିବ କୁମାର ନାୟକ, ଲାଞ୍ଜିଗଡ ସରପଞ୍ଚ ସରସ୍ବତୀ ମୁଣ୍ଡା, ଲାଞ୍ଜିଗଡ ନାରୀ ନେତ୍ରୀ ସଂଯୁକ୍ତା ଘଡେଇ, ଛତ୍ରପୁର ସରପଞ୍ଚ ସୁଷମା ମାଝୀ , ବେନଗାଁ ସରପଞ୍ଚ ପୁରାଣl ମାଝୀ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷା ତୁଳସୀ ନାଏକ,ବେନଗାଁ ପଂଚାୟତ ବିଜେଡି ସଭାପତି ଦେବେନ୍ଦ୍ର ସାହୁ ,ଯୁବସଭାପତି ଅଗସ୍ତି ନାଏକ,କର୍ମୀ ଉଗ୍ରେସନ ହରିଜନ, କଦଗ ମାଝୀ, କର୍ଣ୍ଣ ଦାନୀ ହରିଜନ, ପାଳସି ମାଝୀ, ପ୍ରମୁଖ ଉପସ୍ଥିତ ଥିଲେ।

Comments (0)
Add Comment