ଇନ୍ଦ୍ରାବତୀ ବାମ କେନାଲ ଭୁଶୁଡି ୪୦ ହେକ୍ଟର ଚାଷ ନଷ୍ଟ

ଇନ୍ଦ୍ରାବତୀ ବାମ କେନାଲ୍ ରେ ଘାଇ l କଳାହାଣ୍ଡି ଜୟପାଟଣା ବ୍ଲକ୍ ଗୁନ୍ ଗୁନିଆ ଇନ୍ଦ୍ରାବତୀ ବାମ କେନାଲ୍ ଠାରେ ୧୨ ଫୁଟ୍ ର ଘାଇ ଶୃଷ୍ଟି ହୋଇ ହୋଇଛି l ଫଳରେ ଗୁନ୍ ଗୁନିଆ ,ବାଣ୍ଡି ଗାଁ ରେଙ୍ଗାଲିପାଲି ଗାଁର ୪୦ ହେକ୍ଟର୍ ଚାଷ ଜମିରେ ବ୍ଯାପକ ପାଣି ମାଡିଯାଇ ଫସଳ ନଷ୍ଟ ହୋଇଥିବା ଆସଙ୍କା ଦେଖା ଦେଇଛି l ଏବେ ଚାଷୀ ରବି ଧାନ ଚାଷ ରୁଆ ସରିଥିବା ବେଳେ ଧାନ ଗଛ ବଢିବା ସମୟ କେନାଲ୍ ପାଣି ମାଡିବାରୁ ଚାଷ କ୍ଷତି ହେବାର ଆଶଙ୍କା ଦେଖାଦେଇଛି l ଗୁନ୍ ଗୁନିଆ ଡିଷ୍ଟି ବ୍ଯୁଟାରୀ ର ଲମ୍ବ ୧୨ ହଜାର ୬ ଶହ ମିଟର କିନ୍ତୁ ତାହା କେନାଲ୍ ମରାମତି ଅଭାବ ରୁ ଅନେକ ସ୍ଥାନରେ ଶୌଚନୀୟ ହୋଇପଡିଛି l କେନାଲ୍ ଭାଙ୍ଗିବା ପରେ ବିଭାଗୀୟ ଅଧିକାରୀ ଆସି ସେଠାରେ ପହଞ୍ଚି ମରାମତି କରୁଥିବା ସୂଚନା ଦେଇଛନ୍ତି ବାମ କେନାଲ୍ ନିର୍ବାହି ଯନ୍ତ୍ରୀ l ତେବେ ବିଭାଗୀୟ ଅନୁଦାନ ପାଣ୍ଠି ରୁ ମରାମତି ପାଇଁ ବାର୍ଷିକ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି କିନ୍ତୁ ଠିକାଦାର ପୋଷା ନୀତି ଯୋଗୁଁ ନିମ୍ନମାନ ର କାମ ହୋଇଥିବାରୁ ବର୍ଷେ ନ ପୁରୁଣୁ କେନାଲ ର ଅନେକ ସ୍ଥାନ ରେ ଘାଇ ସୃଷ୍ଟି ହୋଇ ଭୁଶୁଡି ପଡୁଛି l

Comments (0)
Add Comment