ସୂଚନା, ଶିକ୍ଷା ଓ ଯୋଗାଯୋଗ ଅଭିଯାନ କର୍ମଶାଳା

କୋକସରା,୨୦।୧: କୋକସରା ବ୍ଲକ କାର୍ଯ୍ୟାଳୟ ସଭାଗୃହଠାରେ ସୂଚନା, ଶିକ୍ଷା ଓ ଯୋଗାଯୋଗ ଅଭିଯାନରେ ଲୋକକଳାର ପ୍ରୟୋଗକୁ ନେଇ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଥିବା ବ୍ଲକସ୍ତରୀୟ କର୍ମଶାଳା ଶନିବାର ଉଦଯାପିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବିଶିଷ୍ଟ ଘୁମୁରା ଗୁରୁ ମହେଶ୍ୱର ସରାଫ, ଭାରପ୍ରାପ୍ତ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ବିରଞ୍ଚି ଖର୍ସେଲ ପ୍ରମୁଖ ଯୋଗଦେଇ ଥିଲେ। ଏହି କର୍ମଶାଳାରେ ବ୍ଲକ କଳା ସଂସ୍କୃତି ସଂଘରେ ପଞ୍ଜୀକୃତ ହୋଇଥିବା ୨୨ଗୋଟି ପଞ୍ଚାୟତରୁ କଳାକାରମାନେ ଯୋଗଦେଇ ତାଲିମ ନେଇଥିଲେ। ଏହି ଲୋକ କଳାକାର ଦଳ ଗୁଡ଼ିକ ଓଡ଼ିଶା ସରକାରଙ୍କ ୧୫ଗୋଟି ଲୋକାଭିମୁଖୀ ଯୋଜନା ବିଷୟରେ ସମସ୍ତ ଗ୍ରାମ ପଞ୍ଚାୟତର ଗାଁ ଗାଁ ବୁଲି ଲୋକଙ୍କୁ ସଚେତନ ବାର୍ତ୍ତା ବାଣ୍ଟିବେ। କାର୍ଯ୍ୟକ୍ରମରେ କଳାହାଣ୍ଡିର ଲୋକନୃତ୍ୟ ଘୁମୁରା, ଯାଦବ ସଂସ୍କୃତିର ମହାନ ବିଭବ ବନାବାଡି, ବଜାସାଲ, ଘୁଡୁକା, ରାହାସ, ପାଲା, ଦାସକାଠି ଭଳି ୨୦ ଗୋଟି ଦଳର ୨୫୦ରୁ ଉର୍ଦ୍ଧ୍ବ କଳାକାର ସାମିଲ ହୋଇଥିଲେ। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ କଳାକାର ମାନଙ୍କ ପାଇଁ ଜାରି କରାଯାଇଥିବା ରୂପାନ୍ତରିତ ଓଡ଼ିଶା ମାର୍ଗଦର୍ଶିକା ପୁସ୍ତକ ମଧ୍ୟ ବିତରଣ କରଯାଇଥିଲା। ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ଦିପକ କୁମାର ବେହେରା କାର୍ଯ୍ୟକ୍ରମ ସଂଯୋଜନା କରିଥିଲାବେଳେ ବ୍ଳକ କର୍ମଚାରୀ ମାନେ ସହଯୋଗ କରିଥିଲେ।

Comments (0)
Add Comment