କଳାହାଣ୍ଡି (କୋଶଲ ନ୍ୟୁଜ୍) କଳାହାଣ୍ଡି ଜିଲ୍ଲା, କୋକସରା ବ୍ଲକ ଅନ୍ତର୍ଗତ ଗମ୍ଭାରିଗୁଡା ଠାରେ ଯାଦବ ସମାଜର “ଯାଦବ ଭବନ” ନିର୍ମାଣ ପାଇଁ ଭୂମି ପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଭୂମି ପୂଜନ ଉତ୍ସବରେ ମାନ୍ୟବର ଧର୍ମଗଡ଼ ବିଧାୟକ ଶ୍ରୀଯୁକ୍ତ ମୈାସୁଧି ବାଗ ଯୋଗଦାନ କରିଥିଲେ ଏବଂ ତାଙ୍କ କର କମଳରେ ଏହି ଭୂମି ପୂଜନ ଉତ୍ସବ ଅନୁଷ୍ଠିତ ହୋଇଥିଲା।ଏହି ଭୂମି ପୂଜନ ଉତ୍ସବରେ ଆଞ୍ଚଳିକ ଯାଦବ ସମାଜ ସଭାପତି ଜନ୍ମେଜୟ ଯାଦବ,କୋକସରା ବ୍ଲକ ବିଜେଡ଼ି ସମ୍ପାଦକ ପଞ୍ଚକ ପୋଡ଼,ବିଧାୟକ ପ୍ରତିିନିଧି ତଥା ଯୁବ ନେତା ମାନସ ରଞ୍ଜନ ବାଗ, ହରିଶ୍ଚନ୍ଦ୍ର ଲହଜଲ୍, ପ୍ରଦ୍ୟୁମ୍ନ ଲହଜଳ ସମେତ ଯାଦବ ସମାଜର କର୍ମକର୍ତ୍ତା ଓ ଅନେକ ସମାଜ ପ୍ରେମୀ ଯୋଗଦାନ କରିଥିଲେ।