ଭିଜିଲାନ୍ସ ପଂଝାରେ କଳାହାଣ୍ଡି କୋକସରା ସିଡିପିଓ

କଳାହାଣ୍ଡି ତା ୦୩.୧୨.୨୦୨୦ (କୋଶଲ ନ୍ୟୁଜ୍ ବ୍ୟୁରୋ) ସୂଚନା ମୁତାବକ ୫ ହଜାର ଟଙ୍କା ଲାଞ୍ଜ ନେଉଥିବା ବେଳେ କୋକସରା ସିଡିିପିଓ ଜୟନ୍ତୀ ମହାନ୍ତିଙ୍କୁ ଧରିଛି ଭିଜିଲାନ୍ସ । ଜଣେ ଅଙ୍ଗନବାଡି କର୍ମୀଙ୍କ ଦରମା କରାଇଦେବାକୁ ନେଉଥିଲେ ଲାଞ୍ଚ । ବନ୍ଦ ହୋଇଥିବା ଦରମା ମଞ୍ଜୁର କରିବାକୁ ଲାଞ୍ଚ ନେଉଥିବା ବେଳେ ସିଡିପିଓଙ୍କୁ ଧରିଛି ଭିଜିଲାନ୍ସ ।ଭିଜିଲାନ୍ସ ତାଙ୍କଠାରୁ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିବା ଆଲୋଚନା ହେଉଛି।

୩ ମାସର ବକେୟା ଦରମା କରାଇଦେବା ପାଇଁ କଳାହାଣ୍ଡି ଜିଲ୍ଲା ସୁନାମାଲ୍‌ ଗାଁର ଅଙ୍ଗନବାଡ଼ି କର୍ମୀ କୋକସରା ସିଡିପିଓ ଜୟନ୍ତୀ ମହାନ୍ତିଙ୍କୁ ବାରମ୍ୱାର ଅନୁରୋଧ କରିଥିଲେ। ଅନୁରୋଧ ରକ୍ଷା କରି ସେ ଦୁଇ ମାସର ବକେୟା ଦରମା ରିଲିଜ୍‌ କରିଥିଲେ। ହେଲେ ଗୋଟିଏ ମାସର ଦରମା ଦେଲେନାହିଁ। ଏଥିପାଇଁ ଶ୍ରୀମତି ମହାନ୍ତି ୫୦୦୦ ଟଙ୍କା ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଥିଲା।
ଅଙ୍ଗନବାଡ଼ି କର୍ମୀ ଜଣକ ଏନେଇ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଯୋଜନା ମୁତାବକ ଶ୍ରୀମତି ମହାନ୍ତି ଆଜି ଲାଞ୍ଚ ଟଙ୍କା ନେଉଥିବା ବେଳେ ସାଦା ପୋଷାକରେ ଉପସ୍ଥିତ ଥିବା ଭିଜିଲାନ୍ସ ଟିମ୍‌ର କର୍ମକର୍ତ୍ତାମାନେ ତାଙ୍କୁ ଧରିଥିଲେ। ଏପରିକି ଲାଞ୍ଚ ଟଙ୍କା ଜବତ କରିଥିଲେ। ବ୍ୟୁରୋ ରିପୋର୍ଟ,କୋଶଲ ନ୍ୟୁଜ୍
Comments (0)
Add Comment