ବର୍ଦ୍ଧିତ ବିଦ୍ୟୁତ ଶୁଳ୍କ ପ୍ରତ୍ୟାହାର, ବାରମ୍ବାର ବିଦ୍ୟୁତ କାଟ ଓ ଲୋ-ଭୋଲ୍ଟଜ ସମସ୍ୟା କୁ ନେଇ କଳମପୁର ବିଜେପି ପକ୍ଷରୁ ବିଦ୍ୟୁତ କାର୍ଯ୍ୟାଳୟ ଘେରାଉ |

କଳାହାଣ୍ଡି (କୋଶଲ ନ୍ୟୁଜ)ବିଦ୍ୟୁତ ଶୁଳ୍କ ବୃଦ୍ଧି, ଅଘୋଷିତ ବିଦ୍ୟୁତ କାଟ ଓ ଲୋ-ଭୋଳଟେଜ ସମସ୍ୟା ପ୍ରତିବାଦରେ ସୋମବାର କଳମପୁର ବିଜେପି ପକ୍ଷରୁ ବିଦ୍ୟୁତ କାର୍ଯ୍ୟାଳୟ ଠାରେ ପ୍ରତିବାଦ କରାଯାଇ ରାଜ୍ୟପାଳଙ୍କ ଉଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରାଯାଇଛି|ରାଜ୍ୟ ବାସୀ ଙ୍କୁ ୨୪ ଘଣ୍ଟା ବିଦ୍ୟୁତସେବା,ଉପଭୋକ୍ତା ମାନେ ଠିକ ସମୟରେ ବିଦ୍ୟୁତ ଦେୟ ଦେଇନପାରିଲେ ସମୟ ଦେଇ ଜୋରଜୁଲମ ବିଦ୍ୟୁତ କାଟ ନ କରିବା,ବିଦ୍ୟୁତ ଶୁଳ୍କ କମ କରି ୧ ରୁ ୧୦୦ ୟୁନିଟ ପର୍ଯ୍ୟନ୍ତ ଗୋଟିଏ ଦର ଲାଗୁ କରିବା,ବିଦ୍ୟୁତ ବଣ୍ଟନ ରେ ଗ୍ରାମାଞ୍ଚଳ ପ୍ରତି ଅବିଚାର ନ କରିବା, ସଠିକ ଭୋଲ୍ଟେଜ ପ୍ରଦାନ ଭଲି ଦାବି ଗୁଡିକ ସ୍ମାରକ ପତ୍ର ରେ ଉଲ୍ଲେଖ କରିଛନ୍ତି l

ଜିଲ୍ଲା ବିଜେପି ଉପ-ସଭାପତି ଲଷ୍ମୀକାନ୍ତ ବାଗ ଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କଳମପୁର ବ୍ଲକ ସଭାପତି କମଳ ବାଗ,ବ୍ୟାମକେଶ ପାଣିଗ୍ରାହୀ,କୃପା ସାହୁ,ପ୍ରସନ୍ନ ରଣା,ରବୀନ୍ଦ୍ର ନାଏକ, ସୁଶୀଲ ପତି, ମକରନ୍ଦ ଚଲାନ ସମେତ ଶତାଧିକ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ |

Comments (0)
Add Comment