ଖୁଣ୍ଟିଆ କ୍ରିକେଟ୍ ପ୍ରିମୀୟର ଲିଗ୍ ; ସେମିରେ ଧର୍ମଗଡ ରୟାଲ୍ ଷ୍ଟାର

କୋକସରା,୧୩।୧ : କୋକସରା ବ୍ଲକ ଖୁଣ୍ଟିଆ ଖେଳ ପଡିଆରେ ଚାଲିଥିବା କ୍ରିକେଟ୍ ପ୍ରୀମୀୟର ଲିଗ୍ ର ଶନିବାର କୁଆଟର ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଛି। ଏହି ମ୍ୟାଚ୍ ରୟାଲ ଷ୍ଟାର ଧର୍ମଗଡ ଓ ଗଣପତ ଏକାଦଶ ଖମାରଗୁଡା (ଛତିଶଗଡ) ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଟସ୍ ଜିଣି ରୟାଲ ଷ୍ଟାର ଧର୍ମଗଡ ପ୍ରଥମେ ବ୍ୟାଟିଙ୍ଗ କରି ନିର୍ଦ୍ଧାରିତ ୧୦ ଓଭରରେ ୭ ୱିକେଟ୍ ବିନିମୟରେ ୯୮ ରନ ସଂଗ୍ରହ କରିଥିଲା। ଜବାବରେ ଗଣପତ ଏକାଦଶ ନିର୍ଦ୍ଧାରିତ ୧୦ ଓଭରରେ ୮ ୱିକେଟ୍ ବିନିମୟରେ ୮୭ ରନ ସଂଗ୍ରହ କରି ପାରିଥିଲା। ତେବେ ୧୦ ରନରେ ରୟାଲ ଷ୍ଟାର ଧର୍ମଗଡ ଟିମ୍ ବିଜୟ ହୋଇ ସେମିରେ ନିଜର ସ୍ଥାନ ଅଧିଗ୍ରହଣ କରିଛି। ଅମ୍ପିଆର ଭାବେ ମସ୍ତକ ସୁନାନି ଓ ଦେବରାଜ ସୁନାନୀ ଖେଳ ପରିଚାଳନା କରିଥିଲେ। ସ୍କୋରର ଦେବେନ୍ଦ୍ର ଦୁର୍ଗା ରହିଥିବାବେଳେ ରୁପେନ୍ଦ୍ର ସୁନାନୀ ଧାରାବିବରଣୀ ପ୍ରଦାନ କରିଥିଲେ। ଆଜିର ଏହି ମ୍ୟାଚରେ ଧର୍ମଗଡ ବିଧାୟକ ମୌଷଧି ବାଗ ମୁଖ୍ୟ ଅତିଥି, ଖୁଣ୍ଟିଆ ଗ୍ରାମ ପଞ୍ଚାୟତ ନାଏବ ସରପଞ୍ଚ କୈଳାସ ଚନ୍ଦ୍ର ସୁନାନୀ, ସମାଜସେବୀ ବଳଦେବ ଦୁର୍ଗା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। ଖୁଣ୍ଟିଆ ଯୁବ ସଙ୍ଗଠନର ଅନିଲ ସୁନାନି, ନବୀନ ସୁନାନୀ, ବସନ୍ତ ସୁନାନୀ, ରଥ ଦୁର୍ଗା, ସିମାଞ୍ଚଲ୍ ସୁନାନୀ, ଶ୍ୟାମ ଦୁର୍ଗା, ବିକ୍ରମ ଦୁର୍ଗା, ମଞ୍ଜିତ ଦୁର୍ଗା, ସୁରଜ୍ ଦୁର୍ଗା, ଦୁର୍ଯ୍ୟଧନ ସାଗର, ସୁଶିଲ ସୁନାନୀ, ବିକାଶ ଦୁର୍ଗା, ଦୀପକ ସୁନାନୀ, ହରେସ ସୁନାନୀ ପ୍ରମୁଖ ସହଯୋଗ କରିଥିଲେ।

Comments (0)
Add Comment