ଚୁମିଲେ ତାରା ହସିଲେ ବଳ, କଂଗ୍ରେସ ପାଇବକି ଏଇଠୁ ଫଳ?

ଭବାନିପାଟଣା/(କୋଶଲ ନ୍ୟୁଜ):ରାଜ୍ୟ ରାଜନୀତିରେ ଉଷ୍ମତା ଚାଲିଥିବା ବେଳେ, ଏହି କ୍ରମରେ କଳାହାଣ୍ଡି ମଧ୍ୟ ପଛେଇ ପଡେ ନାହି। କଳାହାଣ୍ଡିର ରାଜନୀତିକ ସଂଜ୍ଞା ଭିତରେ ସମସ୍ତ କୋଣଠେଶା ନେତୃତ୍ବ ନିଜର ସ୍ଥିତି ଅଣ୍ଡଲାବାରେ ବ୍ୟସ୍ତ । ଏହି କ୍ରମରେ ଗତ ବିଧାସଭା ନିର୍ବାଚନରେ ଲାଞ୍ଜିଗଡ଼ ନିର୍ବାଚନ ଟିକଟ ନ ପାଇଁ,ବିଜୁ ଜନତା ଦଳର ପୂର୍ବତନ ଜିଲ୍ଲା ସଭପତି ତଥା ପୂର୍ବତନ ମନ୍ତ୍ରୀ ଆଜି କଂଗ୍ରେସର ବରିଷ୍ଠ ନେତୃତ୍ଵ ସମ୍ମୁଖରେ ଭାରତଯୋଡୋ ନ୍ୟାୟ ଯାତ୍ରା ସମୟରେ କଳାହାଣ୍ଡିର ବଳଭଦ୍ର ମାଝୀ କଂଗେସରେ ସାମିଲ ହେଲେ । ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀର ଏହି ତୃଙ୍ଗ ନେତୃତ୍ଵ ଏକଦା ବିଜୁ ଜନତା ଦଳର କ୍ରମାଗତ ବିଧାୟକ ଏବଂ ରାଜ୍ୟ ମନ୍ତ୍ରୀମଣ୍ଡଳରେ ମଧ୍ୟରେ ସ୍ଥାନ ପାଇଥିଲେ। କ୍ରମାଗତ ଭାବେ ଲାଞ୍ଜିଗଡ ଓ ଥୁଆମୁଲ୍ ରାମପୁର ବ୍ଲକରେ ନିଜ ସମ୍ପର୍କୀୟ ଲୋକଙ୍କୁ ବ୍ଲକ ଚେୟାରମେନ କରାଇବା ପାଇଁ ମଧ୍ୟ କ୍ରମାଗତ ସମର୍ଥ ହୋଇଥିଲେ। ସାଂପ୍ରତିକ କଳାହାଣ୍ଡି ରାଜନିତିରେ ଦଳବଦଳ ସହିତ ଘଡିକୁ ଘୋଡ଼ା ଛୁଟୁଛି। ଜିଲ୍ଲା ରାଜନୀତିର ପ୍ରମୁଖ ଖେଲୁଆଡ ଭକ୍ତଦାସଙ୍କ ସୁଦୃଢ଼ ନେତୃତ୍ଵ ଓ ତାଙ୍କର ସମର୍ଥକଙ୍କ ସଠିକ୍ ଗୋଟି ଚାଳନା ହେଲେ ଜିଲ୍ଲାର ରାଜନୀତି ଭିନ୍ନରୂପ ନେବ। ଏକଦା ଭକ୍ତଦାସଙ୍କ ସାଂସଦ ନିର୍ବାଚନୀ ହେବା ଫଳରେ ଓ ସଂମ୍ପୃକ୍ତ ସମୟର ନିର୍ବାଚନୀ ବାତାବରଣ ଭିତରେ କଂଗ୍ରେସ ଚୋରୋଟି ବିଧାନସଭା କଳାହାଣ୍ଡିରେ ହାତେଇବା ପାଇଁ ସଫଲ ହୋଇଥଲା। ପ୍ରତକ୍ଷ୍ୟ ଓ ପରୋକ୍ଷ ରାଜନୀତିରେ ଯଦି ଭକ୍ତଦାସଙ୍କ ଗୋଟି ଚାଳନା ସଫଲ ହୁଏ, ତେବେ ଅନ୍ୟ ଏକ ରାଜନୈତିକ ନୂତନ ସମୀକରଣ କଳାହାଣ୍ଡି ଜିଲ୍ଲାରେ ହେବା ସମ୍ଭାବନାକୁ ଏଡାଇ ଦିଆଯାଇନପାରେ। ଏ ସଂପର୍କରେ ଜିଲ୍ଲାର ବରିଷ୍ଠ ରାଜନୈତିକ ବିସ୍ଲେଶକଙ୍କୁ ଖଗେଶ୍ୱର ଧଙ୍ଗଡାମାଝୀ ପଚାରିବାରୁ ଏହା ଯୁକ୍ତିସଙ୍ଗତ ଓ ସମ୍ଭାବନାର ବ୍ୟାପକତା ରହିଛି ବୋଲି ପ୍ରକାଶ କରିଛନ୍ତି।

Comments (0)
Add Comment