ଡୁଲେ ରେପର ନାଁ ରେ କୋକସରା ଥାନା ରେ ଏତଲା ଦେଲେ କୋଶଲ ସେନା କଳାହାଣ୍ଡି

କଳାହାଣ୍ଡି:(କୋଶଲ ନ୍ୟୁଜ) ଡୋଳେଶ୍ବର ତାଣ୍ଡି ଓରଫ ଡୁଲେ ରେପର।ଦିନେ ଶ୍ରମିକ ମାନଙ୍କ ଦୁଃଖ କୁ ରେପ୍ ଗୀତ ମାଧ୍ୟମରେ ଗାଇ ବେଶ୍ ଚର୍ଚ୍ଚା ରେ ଥିଲେ।ଓଳିଉଡ ର ଅନେକ ବଡ ବଡ କଲାକାର ଠୁ ପ୍ରଶଂସା ସାଉଁଟି ଥିଲା। ବୁଧବାର ଦିନ ରାତି ରେ ନିଜ ୟୁଟ୍ୟୁବ ଚେନାଲ ରେ ଏକ ଅଶୋଭନୀୟ ରାପ୍ ଗୀତ ରିଲିଜ କରିଥିଲେ। ଯେଉଁ ଗୀତରେ ନାରୀ ସମାଜ , କଲାହାଣ୍ଡି ର ସ୍ବାଭିମାନ କୁ ଗଭିର ଭାବରେ ଆଘାତ ଦେଇଛି। ଗୁରୁବାର ଦିନ ସୋସିଆଲ ମିଡ଼ିଆ ରେ ଝଡ଼ ସୃଷ୍ଟି ହୋଇଥିଲା।କିଏ ରାନୁ ମଣ୍ଡଲ 02 କହୁଥିବା ବେଳେ,କିଏ ଘୁଷୁରୀ ପଙ୍କ ରେ ଶୋଇବା କେବେ ଛାଡିବକି ବୋଲି ଆକ୍ଷେପ କରିଛନ୍ତି।ଏହା କୁ ନେଇ କୋକସରା ଅଞ୍ଚଳର ଅନେକ ମହଲ ରେ ନିନ୍ଦା କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ଏବଂ କୋଶଲସେନା କଲାହାଣ୍ଡି ପକ୍ଷରୁ ଭାରତ ବିଷି,କିଶନ ପଟ୍ଟନାୟକ, ଦେବେନ୍ଦ୍ର ମାଝୀ, ମହେନ୍ଦ୍ର ସୁନା ପ୍ରମୁଖ ଉପସ୍ଥିତ ରହି କୋକସରା ଥାନା ଅଧିକାରୀ ବାସୁଦେବ ଛତ୍ରିଆ ଙ୍କୁ ଭେଟି ଲିଖିତ ଅଭିଯୋଗ ଦେଇଛନ୍ତି।

Comments (0)
Add Comment