ଅଳ୍ପ ବର୍ଷା ରେ ଲକ୍ଷ୍ମୀପୁର ରାସ୍ତା ଅବସ୍ଥା ବେହାଲ: ଦୀର୍ଘ ୫୬ ବର୍ଷ ହେଲା ଭଲ ରାସ୍ତା ହୋଇପାରୁନି ଗାଁ କୁ

କଳାହାଣ୍ଡି (କୋଶଲ ନ୍ୟୁଜ) : ବର୍ଷା ଦିନେ ଆଣ୍ଠୁଏ କାଦୁଅ ଆଉ ଖରାଦିନେ ଧୂଳି ଗୁଣ୍ଡ ଦିହକୁ ଅସମ୍ଭାଳ l ଫେଲ ମାରୁଛି ରାଜ୍ୟ ସରକାରଙ୍କ ଯୋଜନା ପରେ ଯୋଜନା l ମା’ କୁ ସମ୍ମାନ, ଗାଁକୁ ରାସ୍ତା ରାଜ୍ୟସରକାରଙ୍କ କହୁଥିବା କଥାର ନାହିଁ ଟିକିଏ ହେଲେ ମର୍ଯ୍ୟାଦା, ଯାହାର ଉଦାହରଣ ଆପଣଙ୍କ ଆଖିସାମ୍ନାରେ l ରାଜ୍ୟସରକାର ଯୋଜନା ପରେ ଯୋଜନା ବାହାର କରି ଡିଣ୍ଡିମ ପିଟୁଥିବା ବେଳେ ସେସବୁ ଫେଲ ମାରୁଛି ଲକ୍ଷ୍ମୀପୁର ଗାଁରେ l
କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ବେଲଖଣ୍ଡି ପଞ୍ଚାୟତ ସ୍ଥିତ ଲକ୍ଷ୍ମୀପୁର ଗାଁ ରେ ପ୍ରତିବର୍ଷ ଦେଖା ଦେଉଛି ରାସ୍ତା ସମସ୍ୟା l ଏହି ଗାଁରେ ପ୍ରାୟ ୫୬ ବର୍ଷ ରୁ ଉର୍ଦ୍ଧ ହେବ ବସବାସ କରିଆସୁଛନ୍ତି ପ୍ରାୟ ୧୦୦ ରୁ ଉର୍ଦ୍ଧ ଜନସାଧାରଣ l ବାରମ୍ବାର ବ୍ଲକ ପ୍ରଶାସନ କୁ ଗୁହାରି କଲାପରେ ବି ଗାଁରେ ହୋଇପାରୁନି ଗୋଟେ ଭଲ ରାସ୍ତା l ଦୁଃଖ ଓ ପରୀତାପ ର ବିଷୟ ସରକାର ଙ୍କ ତରଫରୁ ମାଲ ମାଲ ଯୋଜନା ବାହାରୁ ଥିବା ବେଳକୁ ଲକ୍ଷ୍ମୀପୁର ଗାଁ ରେ ସେ’ସବୁ ବାଟ ବଣା l ବର୍ଷା ଦିନେ ଲକ୍ଷ୍ମୀପୁର ଗାଁ କୁ ଯିବାପାଇଁ ଅନ୍ୟତ୍ର ଗାଁର ଲୋକ ଘୃଣା କରନ୍ତି’ ତାର କାରଣ ହେଉଛି ଏହି ଆଣ୍ଠୁଏ କାଦୁଅ l ବର୍ଷା ଦିନେ ସ୍ୱାସ୍ଥ୍ୟ, ଶିକ୍ଷା ଓ ଗମନା ଗମନ କଥା ନ’କହିବା ଭଲ, ରାସ୍ତା ସମସ୍ୟା ଯୋଗୁଁ ମୂର୍ଖ ହୋଇଗଲେଣି ଗାଁର ଅନେକ ପଢୁଆ ଛାତ୍ର, ଛାତ୍ରୀ l ବର୍ତ୍ତମାନ ଦେଖିବାକୁ ବାକି ରହିଲା ଖବର ପ୍ରସାରଣ ପରେ କେବେ ହେଉଛି ଗାଁ କୁ ଭଲ ରାସ୍ତା ଟିଏ ଆଉ କେତେ ତତ୍ପର ଅଛି କେସିଙ୍ଗା ବ୍ଲକ ପ୍ରଶାସନ l

Comments (0)
Add Comment