କଳାହାଣ୍ଡି ଜିଲ୍ଲାରେ ଆଇନ ଶୃଙ୍ଖଳା ସମନ୍ଦିୟ ସମସ୍ୟା ନେଇ ଗୃହରାଷ୍ଟ୍ର ମନ୍ତ୍ରୀଙ୍କୁ ଦାବି ପତ୍ରପ୍ରଦାନ

କଳାହାଣ୍ଡି (କୋଶଲ ନ୍ୟୁଜ) କଳାହାଣ୍ଡି ଜିଲ୍ଲାରେ ଦିନକୁ ଦିନ ଅନେକ ପ୍ରକାର ସମସ୍ୟା ସୃଷ୍ଟି ହେଉଛି,ତାହାର ଜ୍ୱଳନ୍ତ ଉଦାହରଣ ଉଲେଖ କରି ପାଞ୍ଚ ଦଫା ଦାବି ପତ୍ର ଆଜି ମଙ୍ଗଳବାର ଦିନ ମାନ୍ୟବର ଗୃହରାଷ୍ଟ୍ର ମନ୍ତ୍ରୀ ଶ୍ରୀଯୁକ୍ତ କ୍ୟାପ ଟେନ ଦିବ୍ୟଶଙ୍କର ମିଶ୍ରଙ୍କୁ ଅଳ ଓଡିଶା ସିଡୁଲୁ କାଷ୍ଟ ଫେଡ୍ରେସନର ସଭାପତି ଧନଞ୍ଜୟ ଦୀପଙ୍କ ନେତୃତ୍ୱରେ ପ୍ରଦାନ କରାଯିବ ସହିତ ବିଶେଷ ଭାବରେ ଆଲୋଚନା କରିଥିଲେ, ତତ ସହିତ ଜୁନାଗଡ଼ ଜାରିଂ ଠାରେ ଆମ୍ବେଦକର ଭୁବନ କିଛି ଜାଗା ଯୋଗାଇଦେବା ପାଇଁ ଏବଂ ଜୁନାଗଡ଼ ଇନ୍ଦିରା ମହାବିଦ୍ୟାଳୟ ସାମ୍ନାରତ୍ରିଛକ ଠାରେ ଆମ୍ବେଦକର ମୂର୍ତ୍ତି ସ୍ଥାପନ ଇତ୍ୟାଦି ବିଷୟରେ ଆଲୋଚନା କରିଥିଲେ,ଏହି କାର୍ଯ୍ୟକ୍ରମରେଜିଲ୍ଲା ଉପ ସଭାପତି ବିଭିସନ ନାଏକ, କୋଷାଧ୍ୟକ୍ଷ ଚୈତନ୍ୟ ବେମାଲ, ସାଧାରଣ ସମ୍ପାଦକ ଯତୀନ୍ଦ୍ର କର, ସମ୍ପାଦକ ମୁରଲୀ ନାଏକ, ଉପଦେଷ୍ଟା ଯୋଗେଶ୍ୱର ସାଗର, ତିଳକ ରାମ ନିଆଲ, ବଳରାମ ଦୁର୍ଗା, ଗୋପାଳ ଦାସ ମହାନନ୍ଦ ଓ ମହାଦେବ ବାଗ ପ୍ରମୁଖ ଉପସ୍ଥିତ ଥିଲେ।

Comments (0)
Add Comment