ଅବକାରୀ ବିଭାଗ ର ଚଢ଼ାଉ ବିପୁଳ ପରିମାଣରେ ଗଞ୍ଜେଇ ଓ ମଦ ଜବତ

କଳାହାଣ୍ଡି (କୋଶଲ ନ୍ୟୁଜ): କଳାହାଣ୍ଡି ଜିଲ୍ଲା ମ.ରାମପୁର ଅବକାରୀ ବିଭାଗ କୁ ମିଲିଲା ସଫଳତା l ସୁଚନା ଅନୁସାରେ ଅନିଲ ସୋନି ନାମକ ଜଣେ ବ୍ଯକ୍ତି ଶତିଶଗଡ ରୁ ଆସି କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ୍ ଅନ୍ତର୍ଗତ ମାଣିକେରା ପଞ୍ଚାୟତ ର ତଲ ନୁଆଁଗାଁ ରେ ରହୁଥିବା ବେଳେ ସେ ବିପୁଳ ପରିମାଣରେ ଗଞ୍ଜେଇ ଓ ମଦ ବ୍ଯବସାୟ କରୁଥିବା ବିଶେଷ ସୁତ୍ର ରୁ ଖବର ପାଇଥିଲା ମ.ରାମପୁର ଅବକାରୀ ବିଭାଗ l ପରେ ଅନିଲ ସୋନି ଙ୍କ ଘରେ ଚଢାଉ କରିଥିଲା ଅବକାରୀ ବିଭାଗ ଓ ତାଙ୍କ ସୌଚାଳୟ ରୁ ୨୧ କେ.ଜି ଗଞ୍ଜେଇ ଜବତ କରିବା ସହ ୨୦ ଲିଟର୍ ଦେସି ରନ୍ଧା ମଦକୁ ଜବତ କରିଥିଲେ ମ.ରାମପୁର ଅବକାରୀ ବିଭାଗ l ଏପରି କି ସେହି ଦିନ କନ୍ଧମାଳ ଜିଲ୍ଲାର ରୋମାଞ୍ଚଳ ବାଗ ଗଞ୍ଜେଇ ଧରି ରାସ୍ତାର ଚୋରା ଚାଲାଣ କରୁଥିବା ବେଳେ ମ.ରାମପୁର ଅବକାରୀ ବିଭାଗ ଏମାନଙ୍କୁ ନେଇ କେସ ନଂ ୪୭/୪୮ରେ ମାମଲା ରୁଜୁ କରି ଅଧିକ ତଦନ୍ତ ପାଇଁ ଜାରିଛି l

Comments (0)
Add Comment