ମଣ୍ଟୁ ବାବାଙ୍କ ମହାନତା ରକ୍ତ ଦାନ କରି ବଞ୍ଚାଇଲେ ଜୀବନ

କଳାହାଣ୍ଡି (କୋଶଲ ନ୍ୟୁଜ୍) କଳାହାଣ୍ଡି ଜିଲ୍ଲା, ଧର୍ମଗଡ଼ ବ୍ଲକ , ତରାପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମାଝୀ ପଡା ର ଜଣେ ମାଁ ନିଜ ୪ବର୍ଷର ଛୁଆଙ୍କ ଚିକିତ୍ସା ପାଇଁ ଧର୍ମଗଡ଼ ଡାକ୍ତରଖାନାକୁ ନେଇଥିଲେ। ଛୁଆଟି ରକ୍ତ କର୍କଟ ରୋଗରେ ପୀଡିତ ଥିବାରୁ ତାକୁ ରକ୍ତର ଆବଶ୍ୟକତା ଥିଲା। ରକ୍ତ ପାଇଁ ମାଁ ବ୍ୟାକୁଳତା ର ସହ ଅନ୍ୟ ମାନଙ୍କ ପାଖରେ କାକୁତି ମିନତି ହେଉଥିବା ବେଳେ ଖବର ପାଇ ପହଞ୍ଚିଥିଲେ ମହିମା ଧର୍ମର ସାଧୁ ମଣ୍ଟୁ ବାବା।ନିଜର ବ୍ୟସ୍ତବହୁଳ ଜୀବନ ଓ କରୋନା ମହାମାରୀ ସମୟରେ ଦେବଦୂତ ତୁଲ୍ୟ ଡାକ୍ତରଖାନାରେ ପହଞ୍ଚି ଜଣେ ଅଚିହ୍ନା,ଅଜଣା ଶିଶୁ ରୋଗୀଙ୍କୁ ନିଜର ବହୁ ମୂଲ୍ୟ ରକ୍ତ ଟିକେ ଦାନକରି ଶିଶୁଟିର ଜୀବନ ବଞ୍ଚାଇ କରିଗଲେ ମହାନ୍ କାମ।ସାଧୁ ହେଲେ ମଧ୍ୟ ସମାଜ ପାଇଁ, ମଣିଷ ପାଇଁ ମହତ୍ କାର୍ଯ୍ୟ କରି ଅଞ୍ଚଳରେ ପ୍ରଶଂସାର ପାତ୍ର ହୋଇଗଲେ ମଣ୍ଟୁ ବାବା।

Comments (0)
Add Comment