ଚିକିତ୍ସା ଅପେକ୍ଷାରେ ଭିକ ମଶ୍ରା

କଳାହାଣ୍ଡି (କୋଶଲ ନ୍ୟୁଜ) : କଳାହାଣ୍ଡି ଜିଲ୍ଲା କୋକସରା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଅନ୍ତର୍ଗତ ସାନପୋଡାଗୁଡା ଗ୍ରାମର ଭିକ ମଶ୍ରା (୫୫)ପତ୍ନୀ ମୁକ୍ତା ମଶ୍ରା (୫୦)ତାଙ୍କ ଗୋଟିଏ ଝିଅ ଦୁଇ ପୁଅ ସେମାନେ ଅତି ନିରୀହ ଗରିବ ଶ୍ରେଣୀର । ଭିକ ମଶ୍ରା ପରିବାର ମଧ୍ୟରେ ସେହିଁ ଜଣେ ରୋଜଗାର କ୍ଷମ ବ୍ୟକ୍ତି ଥିଲେ । ସେ ଦୁଇ ବର୍ଷ ହେଲା କୌଣସି ଏକ ଅଜଣା ରୋଗରେ ପଡ଼ି ଶରୀର କ୍ଷଣହୋଇ ପେଟ ବଢ଼ିବାରେ ଲାଗିଛି। ଫଳରେ ସେ ସଜ୍ୟାଶାୟି ହୋଇ ଘରେ ପଡିରଛନ୍ତି । ସେ ଅର୍ଥ ଅଭାବରୁ ଚିକିତ୍ସା ହୋଇ ପାରୁନାହାଁନ୍ତି। ଏହି ପରିସ୍ଥିତିରେ ତାଙ୍କ ବଡ଼ ଝିଅ କୁଲି ମଜୁରି କରି ଦୁଇଓଳି ଦୁଇ ମୁଠା ଖାଇବାକୁ ଯୋଗାଉଛି । ଏମିତି ଦୟନୀୟ ସ୍ଥିତିରେ ବିଦ୍ୟୁତ୍ ବିଭାଗବ ବିଲ୍ ପାଇଁ ତାଙ୍କ ଘରରୁ ବିଦ୍ୟୁତ୍ ତାର କାଟି ବିଦ୍ୟୁତ୍ ସଂଯୋଗରୁ ବଞ୍ଚିତ କରିଛନ୍ତି। ଏଠାରେ ବିଦ୍ୟୁତ୍ ବିଭାଗ ବିଦ୍ୟୁତ୍ ସଂଯୋଗ ଦେଇ , ଏହି ଭଲି ଅନ୍ଧାର ଭିତରକୁ ଚାଲିଯାଉଥିବା ପରିବାର କୁ ଯଦି ସ୍ୱାସ୍ଥ୍ୟ ବିଭାଗ ଭିକ ମଶ୍ରା ଙ୍କୁ ଚିକିତ୍ସା କରାଇ ତାଙ୍କ ପରିବାର କୁ ଆଲୋକର ବାଟ ଦେଖାଇଲେ ଭିକ ମଶ୍ରା ଙ୍କ ପରିବାର ଉପକୃତ ହେବେ।

Comments (0)
Add Comment