ମୋହନଗିରି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଯୋଗଦେଇଥିବା ନୂତନ ଏମ.ବି.ବିଏସ ଡାକ୍ତର ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

କୋଶଲ ନ୍ୟୁଜ୍ – କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ ସ୍ଥିତ ଆଦିବାସୀ ଅଧୁଷିତ ଅଞ୍ଚଳ ମୋହନଗିରି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାୟ ଏକବର୍ଷ ହେବ ଜଣେକେହି ସ୍ଥାୟୀ ଏମ.ବି.ବି.ଏସ ଡାକ୍ତର ନଥିଲେ,ପାଞ୍ଚଟି ପଞ୍ଚାୟତ ର ଲୋକ ଆୟୁଷ ଡାକ୍ତର ଙ୍କ ହାତରେ ପାଉଥିଲେ ଚିକିତ୍ସା ସେବା। ଅଞ୍ଚଳ ର ଜନତା ଟିକିଏ ଗୁରୁତର ଚିକିତ୍ସା ପାଇଁ ୩୦ କିଲୋମିଟର ଦୂର ମ.ରାମପୁର କୁ ଯିବାକୁ ପଡ଼ୁଥିଲା।ଏହି ବିଷୟକୁ ନେଇ ଅଞ୍ଚଳ ର କିଛି ସମାଜସେବୀ ଓ ଗଣମାଧ୍ୟମ ପ୍ରତିନିଧି ମାନେ ବାରମ୍ବାର ସିଡ଼ି.ଏମ.ଓ ଏବଂ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ,ମୋହନଗିରି ଅଞ୍ଚଳ ପାଇଁଏକ ସ୍ଥାୟୀ ନିଯୁକ୍ତି ଏମ.ବି.ବି.ଏସ ଡାକ୍ତର ପଦବୀ ଦେବାପାଇଁ।କିନ୍ତୁ ପ୍ରାୟଦେଢ଼ ବର୍ଷପରେ ଏହାକୁ କର୍ଣ୍ଣପାତ କରି କଳାହାଣ୍ଡି ସିଡ଼ି.ଏମ.ଓ ଜଣେ ସ୍ଥାୟୀ ଏମ.ବି.ବି.ଏସ ଡାକ୍ତରଙ୍କୁ ନିଯୁକ୍ତି ଦେଇଛନ୍ତି।ସିଡ଼ି.ଏମ.ଓଙ୍କ ନିର୍ଦ୍ଦେଶ କ୍ରମେ ଗତ୦୮.୦୫.୨୧ରିଖଦିନ ସ୍ଥାନୀୟ ମ.ରାମପୁର ଅଞ୍ଚଳର ଯୁବକ ନୂତନ ଭାବେ ପାଇଥିବା ଏମ.ବି.ବି.ଏସ ୨୦୨୦ ବ୍ୟାଚ ର ଡାକ୍ତର ସ୍ମୃତି ରଞ୍ଜନ ପରିମାଣିକ ସ୍ଥାୟୀ ନିଯୁକ୍ତିରେ ଯୋଗ ଦେଇଛନ୍ତି।ଯୋଗଦେବା ପରେ ସ୍ଥାନୀୟ ଯୁବ ସ୍ବେଛାସେବୀ ସୁବ୍ରତ ସାହୁ ଏବଂ ଜୟଦୁର୍ଗା ମେଡ଼ିସିନ ଷ୍ଟୋର ସଞ୍ଜୟ ସାହୁ ସ୍ୱାଗତ ଜଣେଇଥିଲେ।

Comments (0)
Add Comment