ବେହେରା ରେ ସତ୍ୟବାଦୀ ନାଏକଙ୍କ ସ୍ମୃତିରେ ଶୋକସଭା ଅନୁଷ୍ଠିତ

କଳାହାଣ୍ଡି (କୋଶଲ ନ୍ୟୁଜ୍) କଳାହାଣ୍ଡି ଜିଲ୍ଲା, ଧର୍ମଗଡ଼ ବ୍ଲକ ଦଣ୍ଡପାଟ ଅଞ୍ଚଳ ବେହେରା ଦୁର୍ଗା ମଣ୍ଡପ ପ୍ରାଙ୍ଗଣରେ ମହାନ୍ ଆମ୍ବେଦକର ବାଦୀ ,ସମାଜ ସଂସ୍କାରକ, ମାନବ ବାଦୀ,ଦଳିତ ସମାଜ ର ଗୌରବ ସତ୍ୟବାଦୀ ନାଏକ ଙ୍କ ଅମର ଆତ୍ମାର ସଦ୍ ଗତି ନିମନ୍ତେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଏହି ଶୋକସଭାରେ ଡମ୍ବ ସମାଜର ଅନେକ ବୁଦ୍ଧିଜିବୀ, ଯୁବ ସମାଜ କ୍ୟାଣ୍ଡଲ ଶୋଭାଯାତ୍ରା କରି ଅମର ଆତ୍ମା ପାଇଁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ଏହି ଶୋକ ସଭାରେ ଦଣ୍ଡପାଟ୍ ଅଞ୍ଚଳର ନିର୍ମଳ ଚନ୍ଦ୍ର ନାଏକ,ପ୍ରେମ ଲାଲ୍ ନାଏକ, ଲକ୍ଷ ଜ୍ୟୋତି ଜାଲ,ଯଶୋବନ୍ତ ପାଣିଗ୍ରାହୀ,ବିରଞ୍ଚି ଖମାରୀ,ସୁବାସ ବାଗ,ଖଗପତି ନାଏକ, କାମେଶ ନାଗ ସମେତ ଅନେକ ମାନବ ପ୍ରେମୀ ଉପସ୍ଥିତ ରହିଥିଲେ।

Comments (0)
Add Comment